ଆସିକାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ ଆଇନ ଶୃଙ୍ଖଳା ରକ୍ଷା ପ୍ରାଥମିକତା

ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଆସିକା ଥାନାର ନୂତନ ଥାନାଧିକାରୀ ରୂପେ ପୋଲିସ ପ୍ରଶାସନର ଦକ୍ଷ, ସଚ୍ଚୋଟ ତଥା କର୍ଭ ବ୍ୟନିଷ୍ଠ ଅଫିସର ରୂପେ ପରିଚିତ ଥୂବା କୁଳମଣି ସେଠୀ ଦାୟିତ୍ୱ ଗ୍ରହଣ କରିଥୁବା ଜଣାପଡିଛି। ଜିଲ୍ଲା ପୁଲିସ ବିଭାଗର ନିର୍ଦ୍ଦେଶ କ୍ରମେ ଦକ୍ଷ, ସଚ୍ଚଟ ତଥା କର୍ଭ ବ୍ଯନିଷ୍ଠ ପୁଲିସ ଅଫିସର ରୂପେ ପରିଚିତ ଥୁବା କୁଳମଣି ସେଠୀ ଆସିକା ଥାନାଧିକାରୀ ରୂପେ ଦାୟିତ୍ ଗ୍ରହଣ କରିବାପରେ ଥାନାର ସମସ୍ତ କର୍ମଚାରୀ ଓ ବହୁ ସଚେତ ସଚେତନ ନାଗରିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥୁବା ଦେଖୁବାକୁ ମିଳିଥୁଲା ଆସିକା ଥାନା ପରିସର ଭୁକ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଅ ଅପରାଧ ଦମନ, ଆଇନ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ, ଅପରାଧ ନିୟନ୍ତ୍ରଣ ଦିଗରେ ଦୃଢ ପଦକ୍ଷେପ, ପେଟ୍ରୋଲିଂ ଓ ଟ୍ରାଫିକ ସମସ୍ୟାକୁ ସୁବ୍ୟସ୍ଥିତ କରିବା ଓ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଅଭିଯାନ ଜାରି ରହିବା ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସ୍ୟା ସମାଧାନ ପଦକ୍ଷେପ ନେବେ ବୋଲି ଆସିକା ଥାନା ଥାନାର ନୂତନ ଥାନାଧିକାରୀ କୁଳମଣି ସେଠୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *