ଆମ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କର ସାହସ ନାହିଁ: କଂଗ୍ରେସ

ଭୁବନେଶ୍ୱର: ରାମମନ୍ଦିର ପାଖରୁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ବିଧାନସଭା ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା ଜାରି ରହିବ । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ସାହସ ନାହିଁ । ସରକାର ମନମୁଖୀ ଶାସନ ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂ‌ଗ୍ରେସର ନାରୀକୁ ନ୍ୟାୟ ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ ସାମିଲ ହୋଇଛନ୍ତି। ନିଲମ୍ବିତ ବିଧାୟକ ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ପଦଯାତ୍ରାରେ ଦଳୀୟ କର୍ମୀଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *