
ଭଞ୍ଜନଗର: ୭୬ ଥର ରକ୍ତଦାନ କରି ରକ୍ତର ବନ୍ଧୁ ସାଜିଥିବା ସାମ୍ବାଦିକ ଜୟକୃଷ୍ଣ ଉତ୍କଳ ଦିବସରେ ସମ୍ମାନିତଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଜୀବନରେ ୭୬ ଥର ରକ୍ତଦାନ କରି ବିଭିନ୍ନ ସମୟରେ ରୋଗୀକୁ ରକ୍ତ ଯୋଗାଇ ରକ୍ତର ବନ୍ଧୁ ସାଜିଥିବା ବରିଷ୍ଠ ସାମ୍ବାଦିକ ତଥା ସ୍ବେଚ୍ଛାସେବୀ ଜୟକୃଷ୍ଣ ପଟ୍ଟନାୟକଙ୍କୁ ତାଙ୍କର ନିଃସ୍ଵାର୍ଥପର ସେବା ଏବଂ ସମାଜସେବା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି । ଉତ୍କଳ ଦିବସ ଅବସରରେ ଭଞ୍ଜନଗର ବ୍ଲକ୍ ର ସମ୍ମିଳନୀ କକ୍ଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ୯୦ ତମ ଓଡ଼ିଶା ଦିବସ ଅବସରରେ ଉପସ୍ଥିତ ମୁଖ୍ୟ ଅତିଥି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଘୁମୁସର ତହସିଲଦାର ଅବିନାଶ ମାହାର, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ଦାମୋଦର ଷଡ଼ଙ୍ଗୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ସାମ୍ବାଦିକ ଜୟକୃଷ୍ଣଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ । ବିଧାୟକ ଶ୍ରୀ ନାୟକ ଜୟକୃଷ୍ଣଙ୍କୁ ସାଧୁବାଦ କରିବା ସହ ଆଗକୁ ଆହୁରି ସମାଜସେବା କରିବାକୁ ଉତ୍ସାହିତ କରିଥିଲେ ।