କଳାହାଣ୍ଡି ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ) :କଳାହାଣ୍ଡି ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସକାଳ 7.30 ମି ସମୟରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ନିକଟରେ ଅବସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ପୌରପାଳିକା ଅଧ୍ୟକ୍ଷ ବିଷ୍ନୁଚନ୍ଦ୍ର ପ୍ରଧାନ,ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ବରିଷ୍ଟ ନାଗରିକ,ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସାମୁହିକ ଭାବେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ସହରସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ଠାରେ ସାଧାରଣ ସଭା, ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଭାରପ୍ରାପ୍ତ କୁଳପତି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀ ପାଟଣା, କଳାହାଣ୍ଡି, ଡଃ ନିବେଦିତା ନାଥ,ଉପ ଜିଲ୍ଲାପାଳ ଭବାନୀପାଟନା ପ୍ରଭାତ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡକ୍ଟର ଉମେଶଚନ୍ଦ୍ର ଶତପଥି ଯୋଗଦେଇ ଓଡିଶା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର କିପରି ବହୁଳ ଭାବରେ ପ୍ରସାର ପ୍ରଚାର ହେବା ସହିତ ଜିଲ୍ଲାର ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ସମସ୍ତଙ୍କ ର ସହଯୋଗ ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ ।

ବିଶେଷ କରି ଛାତ୍ରଛାତ୍ରୀମାନେ,ଯୁବପିଢ଼ି ଓଡ଼ିଆ ବହି ପଢିବା, ଲେଖିବା ପ୍ରତି ଆଗ୍ରହ ସୃଷ୍ଟି କରିବା,ଓଡ଼ିଆ ବହି ସଂଗ୍ରହ କରି ନିଜ ଘରେ ରଖିବା ଓଡ଼ିଆ ଭାଷା ସାହିତ୍ୟ ର ପ୍ରସାର ପ୍ରଚାର ଓ ବିକାଶ ପାଇଁ ଯତ୍ନବାନ୍ ହେବା ପାଇଁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାର ଟ୍ରଫି ସହ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡି ଡି ପ୍ଲୀନିଂ ଶ୍ରୀକାନ୍ତ ଦଲେଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ନୃସିଂହ ଚରଣ ପଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ରୂପସୀଙ୍ଗ ରାଉତ,ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବରିଷ୍ଟ ନାଗରିକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ, ସରସ୍ଵତୀ ଶିଶୁ ମନ୍ଦିର ବ୍ରଜବିହାର ର ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ପରିବେଷଣ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ଏଥିରେ ଶିକ୍ଷକ ବିରଞ୍ଚି ନାରାୟଣ ମୁଣ୍ଡ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *