ଭଞ୍ଜନଗର: ପାଖରେ ବେଆଇନ ପିଷ୍ଟଲ୍ ଏବଂ ଗୁଳି ରଖିବା ଅଭିଯୋଗରେ ୪ ଗିରଫ, କୋର୍ଟ ଚାଲାଣ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ନିଜ ପାଖରେ ବେଆଇନ ପିଷ୍ଟଲ ଓ ଗୁଳି ରଖିବା ଅଭିଯୋଗରେ ଭଞ୍ଜନଗର ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ବାଞ୍ଛେଶ୍ୱର ନଗର ସାନ ଶଙ୍ଖ ସାହିର ବବଲୁ ନାଇକ ଏବଂ ଆକାଶ ନାଇକ (ଉଭୟଙ୍କ ପିତା: ଅରକ୍ଷିତ ନାଇକ), ଭଞ୍ଜନଗର ଲଣ୍ଡେଇ ସାହିର ପି. ରୁଦ୍ରମଣି ରେଡ୍ଡୀ (ପିତା: ବୁଦ୍ଧଦେବ ପିଟା), ଢୋଲପିଟାର ବାପି ନାଇକ ଓରଫ ରଞ୍ଜନ ନାଇକ (ପିତା: ଭାସ୍କର ନାଇକ) । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସୂଚନା ପ୍ରକାରେ ଭଞ୍ଜନଗର ପୋଲିସ ପାଟ୍ରୋଲିଂ ସମୟରେ ଭଞ୍ଜନଗର ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସେମାନଙ୍କୁ ଯାଞ୍ଚ ବେଳେ ବବଲୁ ନାଇକ ନିକଟରୁ ଗୋଟିଏ ବେଆଇନ ପିଷ୍ଟଲ୍ ସହ ୭.୬୨ ମିମି ର ଜୀବନ୍ତ ଗୁଳି ମଧ୍ୟ ଜବତ କରିଥିଲା । ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଭଞ୍ଜନଗର ପୋଲିସ କେସ ନଂ ୩୪୨/ ୨୦୨୫ ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୨୯୬, ୧୦୯, ୧୩୨, ୩୫୧(୨), ୩(୫) ଏବଂ ଅସ୍ତ୍ରଶସ୍ତ୍ର ଆଇନ ୨୫ (୧- କ) ଅଧୀନରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *