ଭଞ୍ଜନଗର: ବଡକୋଦଣ୍ଡା କ୍ଲଷ୍ଟରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡକୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଆଜି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହେଉଅଛି। ସେହିପରି ଭଞ୍ଜନଗର ବିଇଓ ଙ୍କ ଚିଠି ନିର୍ଦ୍ଦେଶ ପ୍ରକାରେ ବ୍ଳକର ସମସ୍ତ ବିଦ୍ୟାଳୟ ରେ ମଧ୍ଯ ଏହି ଉତ୍ସବ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ବଡକୋଦଣ୍ଡା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ମଧ୍ଯ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହୋଇଯାଇଛି।ବଡକୋଦଣ୍ଡା କ୍ଲଷ୍ଟର ଅଧିନସ୍ଥ ଟୋକାଗଣ୍ଡା ପିୟୁପିଏସ୍, ଦଣ୍ଡି ପଦର ପିଏସ୍, ଜବାହର ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ପିଏସ୍, ନୂଆସାହି ଏନପିଏସ୍, ସାନପଥରା ପିଏସ୍, କାଳିଆ ପଲ୍ଲୀ ପିଏସ୍, ଡିବି ଗାର୍ଲ୍ସ ହାଇସ୍କୁଲ, ୟୁବି ହାଇସ୍କୁଲ, ଶ୍ରୀ ବତ୍ସ ହାଇସ୍କୁଲ ଓ ଡ଼ି କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏହି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।


ସେହିପରି ଆଜି ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଆହ୍ଵାନ କ୍ରମେ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ଼ି ଭାରତୀ ଙ୍କ ତତ୍ତ୍ୱାବଧାନରେ ଓ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ ତଥା ଶିକ୍ଷୟିତ୍ରୀ ନିବେଦିତା ନାୟକ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଶିକ୍ଷୟିତ୍ରୀ ସଂଧ୍ୟା ରାଣୀ ସୁବୁଦ୍ଧିଙ୍କ ସାହାଯ୍ୟ ଓ ସହଯୋଗରେ ବିଦ୍ୟାଳୟରେ ବହୁ ଆଡମ୍ବର ସହକାରେ ଏହି ଉତ୍ସବ ପାଳନ କରାଯାଇଥିଲା। ବଡକୋଦଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ରେଶମା କୁମାରୀ ନାୟକ ମୂଖ୍ୟ‌‌‌ ଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ନୂଆ କରି ବିଦ୍ୟାଳୟ କୁ ଆସିଥିବା ପିଲାମାନଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିଲେ ଏବଂ
ଖଡ଼ି ଛୁଆଁଇ ଥିଲେ। ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ତଥା ଯୁବ ଉଦ୍ୟୋଗୀ ଶ୍ରୀ ହୃଷୀକେଶ ପ୍ରଧାନ ଏବଂ ବିଦ୍ୟାଳୟ ପରିସରରେ ଥିବା ୨ ଟି ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟିତ୍ରୀ/ ଅଙ୍ଗନବାଡି କର୍ମୀ ରଞ୍ଜିତା କୁମାରୀ ସାହୁ, ପ୍ରତିମା କୁମାରୀ ସ୍ବାଇଁ, ବିଦ୍ୟାଳୟ ପରିଚାଳନା କମିଟି, ପିଆରଆଇ ମେମ୍ବର ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା, ବାଲବଟିକା ବହି ଓ ସିଲଟ ବଣ୍ଟନ କରାଯାଇଥିଲା। ଏହି ବିଦ୍ୟାଳୟ ର ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ ରେ ପିଲାମାନେ ନାଚଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମାଇ ଥିଲେ। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନେତୃସ୍ଥାନୀୟ ବ୍ୟକ୍ତି, ଅତିଥି, ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏହାର ଭରପୁର ମଜା ନେଇଥିଲେ ।

Leave a Reply

Your email address will not be published. Required fields are marked *