
ବୁଗୁଡ଼ା ୦୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ବାଲିପଦର ହାଇସ୍କୁଲ ୧୯୯୩ ବ୍ୟାଚ ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ରହ୍ମପୁର ନିକଟ ସୋନାପୁର ବେଳାଭୂମି ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ୩୦ ଜଣ ପୂର୍ବତନ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଥିଲେ। ଏହି ଅବସରରେ ଜି ଶିବାଜୀ କୁମାର ପାତ୍ର ଓ ବିଦ୍ୟାଧର ସେଠୀଙ୍କ ସଂଯୋଜନାରେ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହା ସହ ସରୋଜ କୁମାର ବିଷୋୟୀ ଓ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ସୂର୍ଯ୍ୟ ନାରାୟଣ ଜେନାଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସ୍କୁଲ ବେଳର ବିଶେଷ ସ୍ମୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ରାମ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ କୁମାର ପଣ୍ଡା, ଲିଲି ପଣ୍ଡା, ନମିତା ଗୌଡ , ସୁନିଲ କୁମାର ବେହେରା, ସୁନିଲ କୁମାର ସେନାପତି, ଗୋପାଳ ଗୌଡ, ନିରଞ୍ଜନ ପ୍ରଧାନ, ବୁଲୁ ବଡୁ, ଲଗ୍ନଜିତ ପରିଡ଼ା, ରବି ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିବ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।