
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗତ ତିନି ତାରିଖ ଦିନ ଭଞ୍ଜନଗର ରୁ ଗୁଣ୍ଡୁରିବାଡି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ପକ୍ଷୀରାଜ ରେ ସୁଶାନ୍ତ କୁମାର ସେଠୀ ଏକ ସୁନା ନାନୁ ଚେନ ନେଇ ଯାଉଥିଲେ । ଏହି ସମୟରେ ଗାମୁଣ୍ଡି ଗ୍ରାମର ଅବଲା ଓରଫ୍ ସୁନିଲ କୁମାର ଜେନା (ପିତା: କର୍ଣ୍ଣ ଜେନା) ତାଙ୍କ ଠାରୁ ଉକ୍ତ ସୁନା ଚେନ ଚୋରି କରି ନେଇଥିଲେ । ସୁନା ଚେନ ଚୋରି ହୋଇଥିବା ନେଇ ସୁଶାନ୍ତ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ଭଞ୍ଜନଗର ପୋଲିସ ଉକ୍ତ ସୁନା ଚେନଟିକୁ ଅଭିଯୁକ୍ତ ଠାରୁ ବରାମଦ କରି ପୋଲିସ କେସ ନଂ ୩୫୬/୨୫ ରୁଜୁ କରି ଅଭିଯୁକ୍ତକୁ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୩୦୩(୨) ରେ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।