
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରିକ୍ଷକ ନୀତି ଶେଖର ମଙ୍ଗଳବାର ଭଞ୍ଜନଗର ଥାନା ପରିଦର୍ଶନରେ ଆସି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଥାନାରେ ଲୋକଙ୍କୁ ଉଚିତ୍ ବ୍ୟବହାର ମିଳୁଛି ଜି ନାହିଁ, ଅପରାଧ ହାର କେତେ ଅଛି, ପରିବେଶ ପ୍ରମୁଖ ବିଷୟରେ ସମୀକ୍ଷା କରିଥିଲେ। ଏହି ସମୟରେ ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।