ଅବହେଳିତ ଏମ୍‌କେସିଜି ନେଫ୍ରୋଲୋଜି ବିଭାଗ: ସ୍ବପ୍ନ ପାଲଟିଛି ଯକୃତ ପ୍ରତିରୋପଣ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ବଡ଼ଡାକ୍ତରଖାନାର ନେଫ୍ରୋଲୋଜି ବିଭାଗଟି ସଦାସର୍ବଦା ଅବହେଳିତ ‌ହୋଇ ଆସୁଛି। ଏହା ଫଳରେ ଦକ୍ଷିଣ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କିଡ୍‌ନି ରୋଗୀ ଅସୁବିଧାର ସମ୍ମୁଖୀନ ହେବା ସହ ବିଭାଗର ଅବ୍ୟବସ୍ଥା ପାଇଁ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏମ୍‌କେସିଜି ବଡ଼ଡାକ୍ତରଖାନାର ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ ଲାଗି ରହିଥିବା ବେଳେ ନେଫ୍ରୋଲୋଜି ବିଭାଗରେ ଡାଏଲିସିସ୍‌ ପାଇଁ ଥିବା ୨ଟି ମେସିନ୍‌ ସମେତ ସ୍ଲେଡ୍‌ ମେସିନ୍‌ ବହୁଦିନ ଧରି ଅଚଳ ହୋଇ ପଡ଼ିଛି। ଯକୃତ ପ୍ରତିରୋପଣ ବ୍ୟବସ୍ଥା ଏଠାରେ ସ୍ବପ୍ନ ପାଲଟିଛି। ଆସ୍କା, ଛତ୍ରପୁର, ହିଞ୍ଜିଳିକାଟୁ, ଭଞ୍ଜନଗରଠାରେ ଏହି ସେବା ପ୍ରଦାନ କରାଯାଉଥିଲେ ମଧ୍ୟ ଡାକ୍ତର ପରାମର୍ଶ ସହ ଉନ୍ନତମାନର ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାକୁ ଆସୁଛନ୍ତି।ସ୍ବପ୍ନ ପାଲଟିଛି ଯକୃତ ପ୍ରତିରୋପଣଏଚ୍‌ଆଇଭି ପଜିଟିଭ୍‌ଙ୍କ ଦୁଃଖ କହିଲେ ନସରେ୩ଟି ଡାଏ‌ଲିସିସ୍‌ ଓ ସ୍ଲେଡ୍‌ ମେସିନ୍‌ ଅଚଳଏମ୍‌କେସିଜି ବଡ଼ଡାକ୍ତରଖାନାର ପିଏମ୍‌ଏସ୍‌ଏସ୍‌ୱାଇ କୋଠାର ତଳ ମହଲାରେ ୧୨ଟି ଅତ୍ୟାଧୁନିକ ଡାଏଲିସିସ୍‌ ମେସିନ୍‌ ସହ ୟୁନିଟ୍‌ ସ୍ଥାପନ କରାଯାଇଛି ।

ତେବେ ସେଥିରୁ ୩ଟି ମେସିନ୍‌ ବହୁମାସ ଧରି ଅଚଳ ହୋଇ ରହିଛି। ରକ୍ତଚାପ କମ୍‌ ଥିବା କିଡ୍‌ନି ରୋଗୀଙ୍କ ନିମନ୍ତେ ରହିଥ‌ିବା ସ୍ଲେଡ୍‌ ମେସିନ୍‌ଟି ବହୁବର୍ଷ ହେବ ଖରାପ ହୋଇ ପଡ଼ିଛି। ସେଭଳି ଏମ୍‌କେସିଜିରେ ଏଚ୍‌ଆଇଭି ପଜିଟିଭ୍‌ ରୋଗୀଙ୍କ ପାଇଁ ଡାଏଲିସିସ୍‌ର ସୁବିଧା ଏକପ୍ରକାର ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଏଚ୍‌ଆଇଭି ଆକ୍ରାନ୍ତ ରୋଗୀଙ୍କ ପାଇଁ ଥିବା ଡାଏଲିସିସ୍‌ ମେସିନ୍‌ଟି କିଛି ମାସ ହେବା ଖରାପ ହୋଇ ରହିଛି। ବିଭାଗରେ ଏକାଧିକ ମେସିନ୍‌ ଖରାପ ହୋଇ ରହିଥିବା ଯୋଗୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି।ଇତି ମଧ୍ୟରେ ଜିଲ୍ଲାର ଛତ୍ରପୁର, ଭଞ୍ଜନଗର, ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ୍‌ ୟୁନିଟ୍‌ ସ୍ଥାପନ ହୋଇଥିବା ଯୋଗୁଁ ପୂର୍ବରୁ ଏମ୍‌କେସିଜି ଉପରେ ଯେଉଁ ଚାପ ପଡ଼ୁଥିଲା ତାହା କେତେକାଂଶରେ ହ୍ରାସ ପାଇଛି। ୨୦ ଶଯ୍ୟା ବିଶିଷ୍ଟ ଏମ୍‌କେସିଜିର ନେଫ୍ରୋଲୋଜି ବିଭାଗରେ ମାସକୁ ୫୦୦ରୁ ଅଧିକ ରୋଗୀ ଆସୁଛନ୍ତି। ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ସମେତ ଦୁଇଜଣ ଜୁନିୟର ରେସିଡେଣ୍ଟ୍‌ ଡାକ୍ତର ରହିଛନ୍ତି। ଡାଏଲିସିସ୍‌ ପାଇଁ ୩ ଜଣ ଟେକ୍ନିସିଆନ୍‌ ରହିଥିବା ବେଳେ ୯ଜଣ ନର୍ସିଂ ଅଫିସର ରହିଛନ୍ତି। ପ୍ରଚଳିତ ବ୍ୟବସ୍ଥାରେ ଏଠାରେ ଯକୃତ ପ୍ରତିରୋପଣ ଆଦୌ ସମ୍ଭବ ନୁହଁ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ନେଫ୍ରୋଲୋଜି ବିଭାଗର ଡାଏଲିସିସ୍‌ ୟୁନିଟ୍‌ ଖରାପ ହୋଇଥିବା ସଂପର୍କରେ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାଶଙ୍କ ସହ ଯୋଗାଯୋଗ କରାଯିବାରେ ମେସିନ୍‌ଗୁଡ଼ିକର ମରାମତି ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *