
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ସୋମବାର ମହା ବିଷୁବ(ପଣା) ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଭଞ୍ଜନଗର ଥାନା ପକ୍ଷରୁ ଥାନା ଛକରେ ଛେନା ପଣା ସହ ଲଡ଼ୁ ବଣ୍ଟନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣା ବଣ୍ଟନ ଉଦଘାଟନ କରିଥିଲେ। ଏହା ସହ ନିଜେ ଏସଡିପିଓ ଶ୍ରୀ ନାୟକ ବାଟୋଇଙ୍କୁ ପଣା ଓ ଲଡୁ ବାଣ୍ଟିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ ପଟ୍ଟନାୟକ,କେ. ପ୍ରଶାନ୍ତ ରେଡି ପ୍ରମୁଖ ଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ରହି ପଣା ବଣ୍ଟନରେ ସହଯୋଗ କରିଥିଲେ ।