
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ରବିବାର ରାତିରେ ଏକ ମୋଟର ସାଇକେଲ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ କୁଲାଡ ଗ୍ରାମର ଦିଗବାସ ପାଣ୍ଡବଙ୍କ ପତ୍ନୀ ସୁଷମା ପାଣ୍ଡବ (୫୪) ବୋଲି ଜଣାପଡିଛି ।
ସୁଚନାନୁସାରେ, ରବିବାର ମେରୁ ପର୍ବ ଥିବା ବେଳେ ସୁଷମା ଠାକୁରଙ୍କ ଦର୍ଶନ ପାଇଁ ରାସ୍ତା କଡରେ ଚାଲି ଯାଉଥିଲେ।ସେହି ସମୟରେ କୋଟିବିରାଡି ପଟୁ ଓଡି୩୨ବି୨୫୬୮ ନମ୍ବର ବିଶିଷ୍ଟ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ହିଁ ସୁଷମା ଗୁରୁତର ହୋଇ ପଡିଥିଲେ।ତତକ୍ଷଣାତ୍ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ମାମଲା ରୁଜୁ କରି ଭଞ୍ଜନଗର ପୋଲିସ ତଦନ୍ତ ଚଳାଇଛି ।