
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ଭଞ୍ଜନଗର ଥାନା ଫୁଲବାଣୀ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଏଥିରେ ସ୍କୁଟି ଚାଳକଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି।ଗୁରୁତର ମାନେ ବଞ୍ଜରଗାଁ ର ବିଶ୍ବାମ୍ବର ପ୍ରଧାନ, ମୃତ୍ୟୁଞ୍ଜୟ ନାୟକ ଓ ଖାରିଗୁଡା ଗ୍ରାମର ସାବିତ୍ରୀ ଗୌଡ।ସୁଚନାନୁସାରେ, ସନ୍ଧ୍ୟା ସମୟରେ ସାବିତ୍ରୀ କୌଣସି କାମ ରେ ଯାଇ ଘରକୁ ଚାଲି ଚାଲି ଫେରୁଥିଲେ।ସେହି ସମୟରେ ବଞ୍ଜର ଗାଁ ପଟୁ ଏକ ସ୍କୁଟି ଆସି ସାବିତ୍ରୀ ଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସାବିତ୍ରୀଙ୍କ ସମେତ ସ୍କୁଟି ରେ ଥିବା ବଞ୍ଜର ଗାଁ ର ୨ ଜଣ ଗୁରୁତର ଆହାତ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଗୁରୁତର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସାବିତ୍ରୀ ଓ ମୃତ୍ୟୁଞ୍ଜୟର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।