ଜଗନ୍ନାଥ ପ୍ରସାଦ : ଆଧାର କାର୍ଡ ନଥିବାରୁ ସମସ୍ତ ଯୋଜନାରୁ ବଞ୍ଚିତ ଅନ୍ନପୂର୍ଣ୍ଣା

ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଅନ୍ନପୂର୍ଣ୍ଣା ଙ୍କ ଅନେକ ଦୁଃଖ । ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ଘାଟିପଲ୍ଲୀ ଗ୍ରାମର ୬୫ ବର୍ଷୀୟ। ଅନ୍ନପୂର୍ଣ୍ଣା ବେହେରା ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ଟିଏ ନଥିବାରୁ ସେ ଅନେକ ସମସ୍ୟାରେ ପଡିଛନ୍ତି । ରାସନ କାର୍ଡ ରେ ନାଁଲାଗି ପାରୁନାହିଁ କିମ୍ବା ବାର୍ଦ୍ଧକ୍ୟ ଭତା ଟିଏ ମଧ୍ୟ ହୋଇ ପାରୁନାହିଁ । ବାତ ରୋଗ ପାଇଁ ସେ ଠିକ ସେ ଚଳପ୍ରଚଳ ହୋଇ ପାରୁନଥିବା ବେଳେ କୌଣସି ସରକାରୀ ଯୋଜନାର ମଧ୍ୟ ଲାଭ ଉଠାଇ ପାରୁନାହାନ୍ତି । ଯାହାକୁ ନେଇ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଅନ୍ନପୂର୍ଣ୍ଣା । ତିନି ପୁଅ ଓ ଗୋଟିଏ ଝିଅ ବିବାହ କରି ଯେ ଯା ବାଟରେ ଚାଲିଯିବା ପରେ ଘାଟିପଲ୍ଲୀ ଗାଁ ରେ ପଡିରହିଛନ୍ତି ସ୍ୱାମୀ ଅଭିମନ୍ୟୁ ବେହେରା ଓ ପତ୍ନୀ ଅନ୍ନପୂର୍ଣା । ସ୍ୱାମୀଙ୍କ ଭତା ଟଙ୍କା ଓ ପାଞ୍ଚ କିଲୋ ଚାଉଳରେ କାଟୁଛି ଦୁଇ ପ୍ରାଣୀଙ୍କ ଜୀବନ । ଅନ୍ନପୂର୍ଣ୍ଣା ବିଭିନ୍ନ ସ୍ଥାନକୁ ଦୌଡିଥିଲେ ମଧ୍ୟ ତାଙ୍କର ଆଧାର କାର୍ଡ ହୋଇ ପାରୁନାହିଁ । ତାଙ୍କ ପିଲାବେଳେ ସାଙ୍ଗ ମାନଙ୍କ ସହିତ ଢ଼ିଙ୍କିରେ ଖେଳୁଥିବା ବେଳେ କୁଟି ହୋଇ ଡାହାଣ ହାତର ବିଶି ଆଙ୍ଗୁଠି କଟିଯାଇଛି । ପିଲାବେଳର ସେହି ଗୋଟିଏ ଭୁଲ ପାଇଁ ଆଜି ୬୫ ବର୍ଷରେ ମଧ୍ୟ ଆଧାର କାର୍ଡ ହୋଇ ପାରୁନଥିବାରୁ କଷ୍ଟ ଭୋଗୁଛନ୍ତି । ପୁଅ ମାନେ ମଧ୍ୟ ମାଆଙ୍କ ପାଇଁ ଚିନ୍ତିତ ଅଛନ୍ତି । ଭବନେଶ୍ୱର ଓକାକେ କୁ ନେଇ ଆଧାର କାର୍ଡ ପାଇଁ ଉଦ୍ୟମ କରି ବିଫଳ ହୋଇଥିବା ଜଣାଇଛନ୍ତି । ସରକାର ଅନ୍ନପୂର୍ଣ୍ଣା ଙ୍କ ଦୁଃଖ ବୁଝି ସହାୟତା କଲେ ଶେଷ ସମୟ ରେ ଟିକିଏ ଆସ୍ୱସ୍ତି ମିଳନ୍ତା ବୋଲି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *