ଜଗନ୍ନାଥ ପ୍ରସାଦ : ବି. ଡ଼ି ପୁର ରେ ପଣା ସଂକ୍ରାନ୍ତି ପାଳିତ

ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ସୋମବାର ଦିନ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ, ଏବଂ ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମ ପଂଚାୟତ ଠାରେ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ପଂଚାୟତ ଭବନ ର ସେବା କେନ୍ଦ୍ର ଠାରେ ବହୁ ଆଡମ୍ବର ସହକାରେ ପିଠା, ମିଠା, ପଣା ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମ ର ଗ୍ରୁପ ମହିଳା ସଦସ୍ୟା ଓ ଏମବିକେ,ସିଆରପି ମାନଙ୍କୁ ନେଇ ବହୁ ସୁନ୍ଦର ଭାବେ କାକରା, ଆଡିସା, ମୁଗ ଫେଣୀ, ପୁଳି ବିଭିନ୍ନ ବ୍ୟଞ୍ଜନ ସାଙ୍ଗ କୁ ନବାଦ, ଗୁଡ଼, ଦହି ପଣା ଆୟୋଜନ କରାଯାଇଥିଲା । ପଂଚାୟତ ତରଫରୁ ସାଧାରଣ ଲୋକ, ବହୁ ବୁଦ୍ଧିଜୀବୀ, ଗୁରୁଜନ, ଯୁବକ, ମହିଳା ମାନଙ୍କୁ ପଂଚାୟତ ଭବନ ଠାରେ ମିଠା ସହିତ ବିଭିନ୍ନ ବ୍ୟଞ୍ଜନ ସାଙ୍ଗ କୁ ପଣା ଦେଇ ଆପ୍ୟାୟତ କରିବା ସହ ଓଡିଆ ନବବର୍ଷ ବହୁ ଆନନ୍ଦ ଉଲ୍ଲାସ ପାଳନ କରିବା ସାଙ୍ଗକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପଂଚାୟତ ବାସୀ ଙ୍କ ମଙ୍ଗଳ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମିତି ସଦସ୍ୟା ଙ୍କ ପ୍ରତିନିଧି ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ, ନାୟବ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଖଦଳ ସ୍ୱାଇଁ, ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବାରିକ,ଚକ୍ରଧର ପାଣିଗ୍ରାହୀ,ଦିଲ୍ଲୀପ କୁମାର ସେଠି,ପ୍ରଭାତ ବାରିକ,କାହ୍ନୁ ଚରଣ ପରିଛା,ବିଦେଶୀ ଖଟେଇ,ବିଜୟ ପ୍ରଧାନ,କୃଷ୍ଣ ଚନ୍ଦ୍ର ସ୍ୱାଇଁ,ଜିତେନ୍ଦ୍ର ରଥ,ମହେଶ ପ୍ରସାଦ ରଥ,ମଧୁସୂଦନ କର, ସନ୍ତୋଷ କୁମାର ଡାକୁଆ, ଗୌରୀ ହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *