
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ଶହୀଦ ହୋଇଥିବା କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅଗ୍ନିକାଣ୍ଡରେ ବହୁ ଧନ ସମ୍ପତ୍ତି ନଷ୍ଟ ହେଉଥିବା ବେଳେ ତାହାର ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକ ମାନଙ୍କୁ ଅଗ୍ନିକାଣ୍ଡର ସମୟରେ ଭୟଭୀତ ନହୋଇ ସାହସର ସହିତ ମୁକାବିଲା କରିବା ଓ ସତର୍କତା ଅବଲମ୍ବନ ଉପରେ ସଚେତନ କରାଯାଇଥିଲା। ପେଟ୍ରୋଲ ପମ୍ପ,ବସଷ୍ଟାଣ୍ଡରେ ଆକସ୍ମାତ ଅଗ୍ନିକାଣ୍ଡ ସହ କିଭଳି ମୁକାବିଲା କରିହେବ ସହ ଆଗକୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନରେ ମକ ଡ୍ରିଲ ଦ୍ୱାରା ଅଗ୍ନିକାଣ୍ଡର ଭୟାବହତା ଏବଂ ନିରାପତ୍ତା ସମ୍ପର୍କରେ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସତର୍କତା ଓ ସୁରକ୍ଷା ଯୋଗୁଁ କିଭଳି ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ରର ରମେଶ ନାୟକ,ସନାତନ ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ ।