
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ରକ୍ତଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା ତାରସିଂ ଥାନାର ସବ୍ ଇନ୍ସ୍ପେକ୍ଟର ସମୀର କୁମାର ବେହେରା।ଜଣେ ରକ୍ତ ଶିକୁଳି ପୁଅକୁ ରକ୍ତଦାନ କରି ନିଜର ନିଆରା ପରିଚୟ ସୃଷ୍ଟି କରିଛନ୍ତି ସେ। ଜଗନ୍ନାଥପ୍ରସାଦ ବ୍ଳକ ଘୋଗଡ ଗ୍ରାମର ବଳଭଦ୍ର ମଲ୍ଲିକଙ୍କ ୮ ବର୍ଷର ପୁଅ ଆୟୁଷ୍ମାନକୁ ନିୟମିତ ରକ୍ତ ଦେବାକୁ ପଡୁଛି। ତେବେ କିଛିଦିନ ତଳେ ତାର ଦେହ ଅସୁସ୍ଥ ହେବାରୁ ତାକୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତୁରନ୍ତ ତାକୁ ଦୁଇ ୟୁନିଟ୍ ‘ବି’ ପଜିଟିଭ ରକ୍ତ ଦେବା ପାଇଁ ପରାମର୍ଶ କରିଥିଲେ। ଯେନତେନ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିବା ବେଳେ ଆହୁରି ଗୋଟିଏ ୟୁନିଟ୍ ଦେବା ପାଇଁ ସେ ବହୁ ପ୍ରୟାଶ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଆୟୂଷ ଙ୍କ ମା ତାରାସିଂଙ୍ଗି ପିସିଆର ଗାଡି ଚାଳକ ବନବାସ ବେହେରା ଙ୍କୁ ଗୋଟିଏ ରକ୍ତ ଯୋଗାଡ କରିବାକୁ ଅନୁରୋଧ କରିଥିଲେ ସମୀର ବେହେରା ଏହି ଖବର ପାଇବା ପରେ ରକ୍ତ ଆବଶ୍ୟକତା ପହୁଥିବା ଜାଣି ନିଜର ମହାନତା ଦେଖାଇ ରକ୍ତକେନ୍ଦ୍ରରେ ପହଞ୍ଚି ରକ୍ତଦାନ କରିଥିଲେ। ବଳଭଦ୍ରଙ୍କ ପରିବାର ଲୋକ ସମୀରଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଜଣେ ଅପରଚିତ ପିଲାର ଜୀବନ ବଞ୍ଚାଇ ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।