
କଳାହାଣ୍ଡି(ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ) : ଗ୍ରୀନ ଭେଲି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଚନ୍ଦ୍ରଶେଖର ଦାସଙ୍କ ସଭାପତିତ୍ବରେ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଷଷ୍ଠତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥ୍ ଭାବରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ, ମୁଖ୍ୟବକ୍ତା ଭାବରେ ରାୟଗଡା ସ୍କୁଲର ଅଧ୍ୟକ୍ଷ ପ୍ରଭାକର ମିଶ୍ର, ( ହାସ୍ୟ ଅଭିନେତା) ସମ୍ମାନିତ ଅତିଥ୍ ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡ. ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଂଚାସିନ ହୋଇ ଛାତ୍ରଛାତ୍ରୀଙ୍କୁ ଭଲ ପାଠପଢ଼ି ସୁନାଗରିକ ହେବା ପାଇଁ ଉତ୍ସାହିତ ଏବଂ ମୂଲ୍ୟବୋଧଭିତିକ ସମ୍ଭାଷଣ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେବା ସହ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମଉପସ୍ଥିତ ଜନ ଗହଳିକୁ ବେଶ ମନଛୁଆଁ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ରବୀନ୍ଦ୍ର ମିଶ୍ର, ନିକିତା ପଣ୍ଡା ଓ କ୍ରିଷ୍ଣା ମହାପାତ୍ର, ଉଦଘୋଷନ କାର୍ଯ୍ୟକ୍ରମ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନେତ୍ରବିନ୍ଦା କୁମାର, ପୁଷିତା ମୁଣ୍ଡ, ମିଳି ଦୋରା, କିରଣ ବାଗ, ମାନିନୀ ସାଗର, ଏସ୍ କୁମାର ସାର, ହରି ସାହୁ, ଶିବା ସାର, ଲମ୍ବୋଦର ସାହୁ ସାର ସଭା କାର୍ଯ୍ୟ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଅଙ୍କିତା ପଲେଇ, ପୂର୍ଣ୍ଣ ଉପସ୍ଥାପନ ଭାବରେ ବଣଶ୍ରୀ ପ୍ରଧାନ, ସହଯୋଗୀ ଶିକ୍ଷୟିତ୍ରୀ ଭାବରେ ନିକିତା ପଣ୍ଡା, ଲକ୍ଷ୍ମୀ ବିଶ୍ଵକର୍ମା, ବର୍ଷର ଶ୍ରେଷ୍ଠକର୍ମଚାରୀ ମନୋଜ ପଟ୍ଟନାୟକ,ଅନ୍ନପୂର୍ଣ୍ଣା ଭାବରେ ଗାୟତ୍ରୀ ବଛା, ଶ୍ରେଷ୍ଠକର୍ମଚାରୀ ଭାବରେ ପୁନମ ବାଗ, ନୃତ୍ୟ ପ୍ରତିଭା ସମ୍ମାନରେ ସନ୍ତୋଷିନୀ କୁମାର, ଶ୍ରେଷ୍ଠ ପ୍ରେସ ରିପୋର୍ଟର ଭାବରେ ବିଷ୍ଣୁ ଚରଣ ସ୍ଵାଇଁ, ଏବଂ ଘୁମୁରା ଗୁରୁ ଭାବରେ ପ୍ରଭଞ୍ଜନ ରାଉତ, ସାରଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଦେବା ସହ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଛାତ୍ର ଭାବରେ ଆର୍ଯ୍ୟନ ପାଢ଼ୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅଙ୍କିତା ପଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ମଣ୍ଡଳ, ବିଦ୍ୟାଳୟର ନିର୍ଦ୍ଦେଶକଙ୍କ ମନୋରଞ୍ଜନ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳିତ ହୋଇଥଲା। ଉପସ୍ଥିତ ସମସ୍ତ ଅଭିଭାବକ, ଅଭିଭାବିକା ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ସମସ୍ତ କାର୍ଯ୍ୟରେସହଯୋଗ କରିଥିଲେ ।