ଭଞ୍ଜନଗର : ବିଦ୍ୟାଳୟ ସଫା କଲେ ଯୁବଗୋଷ୍ଠୀ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିବେ। ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରିବେ। ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅଛି। ଏହି କ୍ରମରେ ଶନିବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ଗ୍ରାମର ଯୁବଗୋଷ୍ଠୀ ଓ ଭାଜପା କର୍ମୀ ଗ୍ରାମର ରାସ୍ତା, ବିଦ୍ୟାଳୟ, ପୋଖରୀ ସମେତ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ଆଗାମୀ ଦିନରେ ମୁଦୁଲିପଲ୍ଲୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ ରହିଛି। ନିତ୍ୟାନନ୍ଦ ସ୍ବାଇଁ, ବସନ୍ତ ସ୍ବାଇଁ,ନରେନ୍ଦ୍ର ବିଷୋୟୀ,ଗୌରୀଶଙ୍କର ସ୍ବାଇଁ,ବାବୁଲା ସାମଲ, ଅଲେଖ ନାଇକ,ଗଙ୍ଗା ନାଇକଙ୍କ ସମେତ ଯୁବ ଗୋଷ୍ଠୀ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସଫେଇ କରିଥିଲେ। ଅପରପକ୍ଷେ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ଚେଷ୍ଟା ଚଳାଇଛନ୍ତି।ଯୁବ ଗୋଷ୍ଠୀ ଙ୍କ ଏଭଳି ସଫେଇ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବାସୀନ୍ଦା ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *