
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସମ୍ପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତ ମାନେ ଆମ୍ବପୁଆର ସଂଯୁକ୍ତା ରଣା ଓ ନମିତା ରଣା ବୋଲି ଜଣାପଡିଛି।ଘଟଣାରୁ ପ୍ରକାଶ ଯେ, ରବିବାର ସକାଳେ ଭଞ୍ଜନଗରରୁ କୁଲାଡ ଅଭିମୁଖେ ଦୁଇଜଣ ଏକ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ବାଲିଆପଟା ରୁ ନାମଯଜ୍ଞରେ ଯୋଗଦେଇ ବେଲଗୁଣ୍ଠା ବ୍ଲକର ଆମ୍ବପୁଆକୁ ଫେରୁଥିବା ଏକ ଅଟୋ ଧକ୍କା ହୋଇଥିଲା।ଫଳରେ ଅଟୋରେ ଥିବା ଗୋଟିଏ ପରିବାରର ଦୁଇ ଜଣ ମହିଳା ଜଣ ଆହତ ହୋଇଥିଲେ।ସ୍ଥାନୀୟ ବାସିନ୍ଦା ତୁରନ୍ତ ସମସ୍ତ ଆହତ ଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରିଥିଲେ ।