ଭଞ୍ଜନଗର : ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଗାୟଗଣ୍ଡା ସ୍ଥିତ ଗ୍ରାମ ବିକାଶ ବିଦ୍ୟା ବିହାର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ” various provisions of BNSS and J.J. (CPC) Act” ବିଷୟରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇ ସମାଜରେ ଜଣେ ବ୍ୟକ୍ତିଙ୍କ ଆଇନଗତ ଅଧିକାର ବାବଦରେ କହିବା ସହ J.J. (CPC) Act ବିଷୟରେ ବର୍ଣ୍ଣନା କରିଥିଲେ ।ସେହିପରି ସଦସ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ F.I.R ବିଷୟରେ ସଂପୂର୍ଣ୍ଣ ବର୍ଣ୍ଣନା କରିଥିଲେ । ଶ୍ରୀ ସୁଜିତ୍ କୁମାର ନାୟକ, Sdpo, Bhanjanagar ନୁତନ ଭାରତୀୟ ନ୍ୟାୟ ସଂହିତା ରେ ବର୍ଣ୍ଣିତ zero F.I.R ବିଷବସ୍ତୁକୁ ବାବଦରେ କହିଥିଲେ। ଭଞ୍ଜନଗର SDJM ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି Bail, summon, warrant ବିଷୟରେ ବର୍ଣ୍ଣନା କରିବା ସହ BNS re ଦଣ୍ଡ ବିଧାନ ବାବଦରେ କହିଥିଲେ।ଏହା ସହ ସୁଶ୍ରୀ ଭିୟେନା ନାୟକ rights of legal representation ଏବଂ ଅପିଲ ବିଷୟ ବାବଦରେ ବର୍ଣ୍ଣନା କରି ଥିଲେ। ତାରସିଂ ଥାନାର ଆଇଆଇସି ସୁଶ୍ରୀ ରେବତୀ ଶବର BNS ଆଉ BNSS ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ ।

ତାଲୁକ୍ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସେହି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହ ସେହି ଅଞ୍ଚଳର ଜନସାଧାରଣ ସମେତ ଏହି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଦର୍ଶ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *