ଭଞ୍ଜନଗର : ଟାଇକୋଣ୍ଡା ଏକାଡେମୀ ର ୫ମ ବାର୍ଷିକ ଉତ୍ସବ ଓ କଲର ବେଲ୍ଟ ଟେଷ୍ଟ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ସ୍ଥାନୀୟ ଆର୍‍.ଏମ୍‍.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକାଡ଼େମୀର କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଘଣ୍ଟ ସମୟରେ ଏକାଡ଼େମୀର ସମସ୍ତ ଛାତ୍ରଛାତ୍ରୀ ନଗର ପରିକ୍ରମା ପରେ କଲର ବେଲ୍‍ଟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଟାଇକୋଣ୍ଡା ଏକାଡ଼େମୀର ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ଏବଂ ପରୀକ୍ଷକ ଭାବେ ପାରଳାଖେମୁଣ୍ଡି ଟାଇକୋଣ୍ଡା ଏକାଡ଼େମୀର କୋଚ୍‍ କାର୍ତ୍ତିକ ମହାପାତ୍ର ଯୋଗଦେଇଥିଲେ। ୫୦ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ସନ୍ଧ୍ୟ ସମୟରେ ଏକାଡ଼େମୀର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏକାଡ଼େମୀର କୋଚ ପ୍ରାଣକୃଷ୍ଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଇଏସ୍‍ ଲୋପାମୁଦ୍ରା ରଥ, ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ଟାଇକୋଣ୍ଡା ଏକାଡ଼େମୀର କୋଚ୍‍ କାର୍ତ୍ତିକ ମହାପାତ୍ର, ବ୍ରହ୍ମପୁର ଟାଇକୋଣ୍ଡା ଏକାଡ଼େମୀର ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ମଞ୍ଚାସୀନ ରହି ଟାଇକୋଣ୍ଡାରେ ଭବିଷ୍ୟତ ଗଠନ କରିବାର ମାର୍ଗ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା କଲର ବେଲ୍ଟ ଟେଷ୍ଟର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ବଣ୍ଟନ କରାଯାଇଥିଲା। ଅରକ୍ଷିତ ପରିଚ୍ଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ଏକାଡ଼େମୀର କୋଚ ଶ୍ରୀଯୁକ୍ତ ଗୌଡ଼ ୫ବର୍ଷର ଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *