ଜଗନ୍ନାଥ ପ୍ରସାଦ: ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ନିର୍ମମ ହତ୍ୟା

ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଜଗନ୍ନାଥ ପ୍ରସାଦ ଥାନା ଅଧୀନ କୁମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବଡଦାଣ୍ଡ ସାହିରେ ଦୁଇ ପରିବାରରେ ଲାଗିରହିଥିବା ପୂର୍ବଶତ୍ରୁତାକୁ ନେଇ ବୃଦ୍ଧକୁ ନିର୍ମମ ଭାବେ ହତ୍ୟା କରାଯାଇଛି l ବୃଦ୍ଧ ଜଣକ ହେଉଛନ୍ତି କୁମୁଣ୍ଡା ଗ୍ରାମର ହାଡିବନ୍ଧୁ ଗୌଡ଼ ଓ ବୟସ ୫୫ lସୂଚନା ପ୍ରକାରେ ମୃତ ହାଡିବନ୍ଧୁ ଗତକାଲି ଅର୍ଥାତ ରବିବାର ଅପରାହ୍ନରେ ଗୋଡାଭଙ୍ଗା ସ୍ଥାନରେ ଥିବା ନିଜ କ୍ଷେତଜମିକୁ ଯାଇଥିଲେ l ଘରକୁ ଫେରିବା ବିଳମ୍ୱ ହେବାରୁ ପରିବାର ପକ୍ଷରୁ ଖୋଜାଖୋଜି କରିଥିଲେ ମଧ୍ୟ୍ୟ ହାଡିବନ୍ଧୁଙ୍କ କୌଣସି ସନ୍ଧାନ ମିଳିପାରିନଥିଲା l ସନ୍ଧ୍ୟାରେ ମୃତକଙ୍କ ପରିବାର ନିଜ ଜମିକୁ ଖୋଜିବାକୁ ଗଲାବେଳେ ଛାମୁଣ୍ଡା କୁମୁଣ୍ଡା କେନାଲ ପାର୍ଶ୍ଵରେ ନିଜର ସାଇକେଲରେ କିଛି କାଠବିଡା ବନ୍ଧlଯାଇଥିବା ନଜର କରିଥିଲେ l ସେଠାରୁ ଅଳ୍ପ ବାଟରେ ହାଡିବନ୍ଧୁଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖିବାକୁ ପାଇଥିଲେ l ରାତ୍ର ୮.୩୦ସମୟରେ ପରିବାର ପକ୍ଷରୁ ଥାନାରେ ଖବର ଦେଇଥିଲେ l ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ହାଡିବନ୍ଧୁଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଉଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l ହାଡ଼ିବନ୍ଧୁଙ୍କ ପତ୍ନୀ ଧୋବଣୀ ଗୌଡ଼ଙ୍କ ଏତଲା କ୍ରମେ କେସ ନମ୍ବର ୧୯୫ ପ୍ରକାରେ ୧୦୩/୧ ଓ ୩/୫ ଅନୁସାରେ ଆଜି ଶବକୁ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି l

ଏତଲାକୁ ଆଧାର କରି ଗତକାଲି ରାତିରେ ଗ୍ରାମର ୪ଜଣ ଯୁବକକୁ ଅଟକ ରଖି ପଚରାଉଚରା ଜରିରଖିଛି l ଆଜି ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଗଞ୍ଜାମ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର,ଅତିରିକ୍ତ ଆରକ୍ଷୀଅଧିକ ରଞ୍ଜନ କୁମାର ଦେ,ଭଞ୍ଜନଗର ଉପଖଣ୍ଡ ଅଧିକାରୀ ସୁଜିତ କୁମାର ନାୟକ, ସ୍ଥାନୀୟ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ଏସଆଇ ଜ୍ୟୋତି ରଞ୍ଜନ ସାହୁ,ଏଏସଆଇ ପ୍ରିୟବ୍ରତ ମିଶ୍ର, ଏଏସଆଇ ବ୍ରହ୍ମାନନ୍ଦ ପ୍ରଧାନ ଏବେ ଛତ୍ରପୁର ଠାରୁ ସାଇଣ୍ଟିଫିକ ଟିମ ପହଂଚି ରକ୍ତଛିଟା ପଡ଼ିଥିବା ସ୍ଥାନର ରକ୍ତ ନମୁନା ସଂଗ୍ରହ କରିଛନ୍ତି l କୁମୁଣ୍ଡା ଗ୍ରାମବାସୀଙ୍କ କହିବା ଅନୁଯାଇ ଗତ ଦୁଇମାସ ପୂର୍ବେ ମୃତକଙ୍କ ପୁଅ ଗ୍ରାମର ଅନ୍ୟ ଜାତିର ନାବାଳିକା ଝିଅକୁ ପ୍ରେମ ଜାଲରେ ଫସାଇ କେଉଁଆଡେ ଫେରାର ହୋଇଯାଇଥିଲା l ପ୍ରେମ ବେପାରକୁ ନେଇ ବୃଦ୍ଧଙ୍କ ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ଖବର ପାଇଁ ସ୍ଥାନୀୟ ପୋଲିସ ଗ୍ରାମର ୪ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ରହିଛି l

Leave a Reply

Your email address will not be published. Required fields are marked *