ଭଞ୍ଜନଗର : ଚାଲିଗଲା ବିଦୂତ କର୍ମଚାରୀ ଙ୍କ ଜୀବନ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) : ବେଲଗୁଣ୍ଠା ସେକ୍ସନ ରେ ଜିବି ନାମକ ଏକ ଆଉଟସୋ୍ରିଙ୍ଗ ସଂସ୍ଥା ରେ କର୍ମଚାରୀ ଭାବେ ହେଲ୍ପର କାମ କରୁଥିବା ପାଇଲିପଡ଼ା ଗ୍ରାମ ର ବଳରାମ ସାହୁ ବୟସ ୪୭ ଗତ ୧୧ ତାରିଖ ଦିନ ସକାଳେ ଗିରିସୋଲା ଗ୍ରାମ ଠାରେ ବିଦୂତ ତାର ଯାଇଥିବା ଏକ ଗଛ ରେ ଡାଳ କାଟୁଥିବା ସମୟରେ ହଟାତ ୪୦ ଫୁଟ ଉଚ୍ଚ ଗଛ ରୁ ଖସି ତଳେ ପଡିଯାଇଥିଲେ। ସେହିଠାରୁ ତାଙ୍କ ସହକର୍ମୀ ମାନେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ। ଅବସ୍ଥା ଶଙ୍କଟାପୂର୍ଣ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେହାନ୍ତ ହୋଇଯାଇଛି। ଘଟଣା ଶୁଣିବା ପରେ ସମ୍ପୂର୍ଣ ବିଦୂତ ବିଭାଗ ରେ ଶୋକର ଛାୟା ଖେଳିଯାଇଛି। ସଙ୍ଘ ପକ୍ଷରୁ ଦାବି କରିବା ପରେ ଠିକାଦାର ଏକଲକ୍ଷ କୋଡିଏ ହଜାର ଦେଇଥିବା ସୂଚନା ମିଳିଛି ଏବଂ ଆଗାମୀଦିନ ତାଙ୍କର ସମସ୍ତ ଇପିଏଫ ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ସଂଘ ପକ୍ଷରୁ ଲିଖିତ ଦାବି ପତ୍ର ଟିପିଏସଓଡିଏଲ କତୃପକ୍ଷ ଙ୍କୁ ଦିଆଯାଇଛି।ମୃତ ଦେହକୁ ଭଞ୍ଜନଗର ଡିଭିଯନ କାର୍ଯ୍ୟାଳୟ କୁ ଅଣାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ନିଜ ଗ୍ରାମ ପାଇଲିପଡ଼ା ରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *