
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଅନ୍ତର୍ଗତ ଝାଲିଆଗୋଛା ଗ୍ରାମରେ ଶନିବାର ସନ୍ଧ୍ୟା ରୁ ରାତ୍ର ମଧ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ଜୋରରେ ପବନ ବହିବା ସାଙ୍ଗକୁ ବର୍ଷା କାରଣରୁ ବହୁ ଚାଳ, ଟିଣ ଏବଂ ଏଜବେଷ୍ଟସ ଘର ଭଙ୍ଗାରୁଜା ହୋଇଥିବା ବେଳେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପାଚେରୀ କାନ୍ଥ ଉପରେ ଏକ ବିରାଟ ଗଛ ପଡ଼ି କାନ୍ଥ ଭୁଷୁଡି ଯାଇଛି । ସେହିପରି ବିଦ୍ୟାଳୟର ପାଇଖାନା ମଧ୍ୟ ଭୁଷୁଡି ଯାଇଛି । ଗ୍ରାମବାସୀ ମାନେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଦାବି କରିବା ସହ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ କାନ୍ଥ ଏବଂ ପାଇଖାନା ଗୃହର ପୁନରୁଦ୍ଧାର କରିବା ପାଇଁ ଦାବି କରୁଛନ୍ତି ।