
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି। ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଦିବସ ପାଳନ ସଂର୍ପକରେ ବକ୍ତବ୍ୟ ରଖିଥିଲେ। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ଗ୍ରାମ ଗୁଡିକ କିଭଳି ସଶକ୍ତ ହେବ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେଦିଗରେ ଜନପ୍ରତିନିଧି କାର୍ଯ୍ୟ କରିବାକୁ ଅତିଥି ମାନେ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଡିଆର୍ଡିଏ ଏମ୍ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁବାସ ଚନ୍ଦ୍ର ବରାଡ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ କରିଥିଲେ। ଶେଷରେ ବିଭିନ୍ନ ପଞ୍ଚାୟତ ଏବଂ କର୍ମଚାରୀକୁ ବ୍ଲକ୍ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ ।