ଭଞ୍ଜନଗର : ଜମ୍ମୁ-କଶ୍ମୀରର ପହେଲଗାମରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା

ଭଞ୍ଜନଗର(ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହେଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଟପି ଯାଇଥିବା ବେଳେ ଏଭଳି ଘଟଣାକୁ ଦୃଢ ନିନ୍ଦା କରି ଆଜି ଭଞ୍ଜନଗର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆକ୍ରମଣ କରିଥିବା ଅତଙ୍କବାଦ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୁଲିବାକୁ ଯାଇଥିବା ନିରୀହ ପର୍ଯ୍ୟଟକଙ୍କ ଉପରେ ଏଭଳି ବର୍ବୋରଚିତ ଆଚରଣ କଦାପି ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଏଥିସହ ଏଥିରେ ମୃତ୍ୟୁ ବରଣ କରିଥିବା ଓଡିଶାର ଜଣେ ପର୍ଯଟକ ସମେତ ୨୬ରୁ ଉର୍ଦ୍ଧ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏକ କ୍ୟଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ରଘୁନାଥ ମନ୍ଦିର ସମ୍ମୁଖରୁ ବାହାରି ସହର ପରିକ୍ରମା କରି ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଶେଷରେ ହୁନୁମାନ ମନ୍ଦିର ଠାରେ ଅମର ଆତ୍ମ ମାନଙ୍କୁ ସଦ୍ଗତି ପାଇଁ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଏଥିରେ ବିପଦର ବନ୍ଧୁ, ବିଶ୍ୱହିନ୍ଦୁ ପରିଷଦ,ଘୁମୁସର ବାହିନୀ,ଜୟ ଜଗନ୍ନାଥ କୋଚିଂ ସେଣ୍ଟର ନେକ୍ସଟ ଜେନ୍ କମ୍ପୁଟର ଏକାଡେମୀ,ମୁରଲୀଧର ପଣ୍ଡା,ରଞ୍ଜିତ ମିଶ୍ର, ଗିରିଜା ଶଙ୍କର ଭୂୟାଁ,ଦେବାଶିଷ ସାହୁ,ଅରକ୍ଷିତ ପରିଛା,ବାଲାଜୀ ସୁବୁଦ୍ଧି,ବରୁଣ ସ୍ୱାଇଁ,ସୁଜିତ ସ୍ୱାଇଁ,ଆଶିଷ ପ୍ରଧାନ,ବଟକୃଷ ପଣ୍ଡା,ଅଜୟ ମହାପାତ୍ର,ଗୁପ୍ତେଶ୍ୱର ସୁବୁଦ୍ଧି,ଲଷ୍ମୀ ପାତ୍ର, ଆଇନଜୀବୀ ସନ୍ତୋଷ ପାଳ, ମାନସ ଜେନା,ସାଗର ପ୍ରଧାନ,ପ୍ରଶାନ୍ତ ସାହୁ,ସୁଦାମ ସାହୁ,ପ୍ରଦୀପ୍ତ ଅଧିକାରୀ,ବାବୁଲି ପ୍ରଧାନ,ଭାର୍ଗବ ପାତ୍ର,ପ୍ରଶାନ୍ତ ରାଉତ,ପ୍ରମୋଦ ପ୍ରଧାନ,ଶିବରାମ ପ୍ରଧାନ,ସାଗର ପ୍ରଧାନ, ଶୟନ ନାୟକ, ପ୍ରେମାନନ୍ଦ ପୋଲାଈ,ଭୋଳା ପ୍ରଧାନ, ଜଗନ ପ୍ରଧାନ, ପ୍ରେମାନନ୍ଦ ପଲାଇ,ଲସିଦ ଗୌଡ଼, ରୁଦ୍ର ପ୍ରଧାନ, ଓମ ପ୍ରଧାନ, ଅଂଶୁମାନ ରାଉଳ, ବବୁଲ ସେଠି,କାହ୍ନା ପାତ୍ର,ଶୁଭମ ପାତ୍ର,ନଚିିକେତା ପ୍ରଧାନ,ଦେବବ୍ରତ ନାୟକ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଘଟଣାକୁ ନିନ୍ଦା କରିବା ସହ ସ୍ଥାନୀୟ ହନୁମାନ ମନ୍ଦିରରେ ଦୀପ ଜାଳି ଅମର ଆତ୍ମାର ସଦଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *