ଭଞ୍ଜନଗର : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି। ତନରଡ଼ାସ୍ଥିତ ଆଇଆର୍‌ବି ସତନ୍ତ୍ର ଅଷ୍ଟମ ବାଟାଲିୟନ ଦୁର୍ଗପତିସୁଧାକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାର୍ଶାଲ ଆର୍ଟ ବା ଆତ୍ମରକ୍ଷା ତାଲିମ ବହୁ ପୂର୍ବରୁ ଅଛି ବୋଲି କହିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ରାଷ୍ଟ୍ରର ଯବାନ ମାନେ ମାର୍ଶାଲ ଆର୍ଟ ମାଧ୍ୟମରେ ପ୍ରତିପକ୍ଷଙ୍କୁ ମୁକାବିଲା କରିଥିଲେ। ଯେତେବେଳେ ଯୁଦ୍ଧରେ ଗୁଳି ଗୋଳା ସରିଯାଏ ସେତେବେଳେ ମାର୍ଶାଲ ଆର୍ଟ ମାଧ୍ୟମରେ ନିଜକୁ ସୁରକ୍ଷିତ ରଖିବା ସହ ପ୍ରତିପକ୍ଷକୁ ମୁକାବିଲାରେ ସହାୟକ ହୋଇଥାଏ ବୋଲି ମିଶ୍ର କହିଥିଲେ। ଛାତ୍ରୀ ମାନେ ଆତ୍ମରକ୍ଷା ତାଲିମ ନେବାପରେ ସେମାନଙ୍କ ମଧ୍ୟରେ ଆତ୍ମବିଶାସ ବଢିବ। ରାସ୍ତାରେ ସେମାନେ ଏକୁଟିଆ ଗଲାବେଳେ ଆଉ ଏକୁଟିଆ ଅନୁଭବ କରିବେ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଂଯୋଜନା କରିଥିଲେ। ଅଧ୍ୟାପିକା ବିଶ୍ମିତା ଛତର, କଳ୍ପନା ସାଣ୍ଢ, ଅଧ୍ୟାପକ ସୁନିଲ ଦାସ, ବିଦେଶୀ ରାଉତ, ଡ ସୀମାଞ୍ଚଳ ବେହେରା, ଦିଗନ୍ତ ଜେନା, ଦାମୋଦର ରଥ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *