ପାଟପୁର : ସାନଖେମୁଣ୍ଡି ରେ ଲଜ୍ଜା,ଚାରି ବର୍ଷ ଶିଶୁ କନ୍ୟାକୁ ବଳାତ୍କାର ଓ ହତ୍ୟା। ଅଭିଯୋଗ କରିଲେ ପରିବାର ଲୋକ

ପାଟପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଗିଂ ଗ୍ରାମରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ପୁଣି ଜଣେ ୪ ବର୍ଷ ର ନାବାଳିକାକୁ ଦୁର୍ସ୍କମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଦୁନିଆ କଣ ଜାଣିନଥିବା ନାବାଳିକାଟି ପିଶାଚ ମଣିଷ ଦ୍ବାରା ସବୁଦିନ ପାଇଁ ଶୋଇ ପଡିଛି ।ପାଟପୁର ଥାନା ଖଲିଗିଂ ଗ୍ରାମ ରେ ଘଟିଯାଇଛି ଏକ ଦୁଖଦ ଓ ଚର୍ଚ୍ଚିତ ହତ୍ୟାକାଣ୍ଡ । ଗାଁରେ ଚାଲିଥିଲା ବାର୍ଷିକ ଠାକୁରାଣୀଙ୍କ ଯାତ୍ରା । ଏହି ଯାତ୍ରା ଦେଖିବାକୁ ନିଜ ମାଆ ସାଥିରେ ଅଜା ଘରକୁ ଆସିଥିଲା ଜୟନଗର ଗ୍ରାମର ଚାରି ବର୍ଷ ର ନାବାଳିକା ଶୁଭଶ୍ରୀ ସ୍ଵାଇଁ । କିନ୍ତୁ କିଏ ଜାଣିଥିଲା ଶୁଭଶ୍ରୀଙ୍କ ଏହି ଯାତ୍ରା ମୃତ ର ଖେଳ କୁ ଛକି ବସିଛି । ବିଧିର ବିଧାନ ଥିଲା ଅଲଗା । ଗତକାଲି ସଂଧ୍ୟାକାଳିନ ସମୟରୁ ଯାତ୍ରା ଗହଳିରେ ଅଚାନକ ଶୁଭଶ୍ରୀ ଗାଏବ ହୋଇଯାଇଥିଲା ।

ପରିବାର ଲୋକେ ଖୋଜୁଖୋଜୁ ଗ୍ରାମ ରେ ଥିବା ଏକ ପରିତ୍ୟକ୍ତ ଅଗଂନାବାଡି କୋଠାରୁ ଆଜି ସକାଳେ ମିଳିଥିଲା ଶୁଭଶ୍ରୀଙ୍କ ମୃତ ଦେହ । ଦୁର୍ସ୍କମ ପରେ ହତ୍ୟା କରାଯାଇଥିବା ସିଧାସଳଖ ପରିବାର ଅଭିଯୋଗ ଆଣିଛନ୍ତି ।ତେବେ ଏହି ହତ୍ୟାକାଣ୍ଡ ଯେତିକି ଚଚ୍ଚିର୍ତ ସେତିକି ପୋଲିସ ର ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରଣ ଏତେ କମ ବୟସର ଝିଅ କୁ କିଏ ଏମିତି ଅମାନୁଷିକ କାଣ୍ଡ କରି ହତ୍ୟାକାଣ୍ଡ ଭିଆଇଲା ତାହା ଏବେ ପୋଲିସ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ପୋଲିସ ପ୍ରଶାସନ ମଧ୍ଯ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ତେବେ ଅଭିଯୋଗ କୁ ଏକ ପ୍ରକାର ସ୍ଵୀକାର କରିଛନ୍ତି ଆଡପଡା ମେଡିକାଲ ମୁଖ୍ଯ ଡାକ୍ତର । ତଥାପି ମେଡିକାଲ ର ଅନୁଧ୍ୟାନ ପରେ ପୁରା ଘଟଣାର ଲୋକ ଲୋଚନକୁ ଆସିପାରିବ । ଅନ୍ୟପଟେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ଯ ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟାକାରୀକୁ ତୁରନ୍ତ ଧରିବା ସହ କଠୋରଦଣ୍ଡ ଦେବା ପାଇଁ ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *