
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଆୟୋଜକ ଝାଲିଆଗୋଛା କୁ ହରାଇ ଛେଦାଭୂମି ଚାମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ପକ୍ଷ ଖେଳୁଆଡ ମନୋଭାବ ନେଇ ଖେଳିଥିଲେ । ଶେଷରେ ଝାଲିଆଗୋଛାକୁ ହରାଇ ଛେଦାଭୂମି ଚାମ୍ପିୟାନ ହୋଇଛି । ଚାମ୍ପିୟାନ ଛେଦାଭୂମିକୁ ୧୦୧୦୧ ଟଙ୍କା ଏବଂ ରନର୍ସ ଅପ୍ ହୋଇଥିବା ଝାଲିଆଗୋଛାକୁ ୭୧୦୧ ଟଙ୍କା ଅତିଥି ପୁରସ୍କୃତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛା ଗ୍ରାମର ମା ବଡରାଉଳ କ୍ରିକେଟ କ୍ଳବ୍ ଆୟୋଜନ କରିଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।