ଭଞ୍ଜନଗର : ବ୍ରାହ୍ମଣପଦର – ବଳରାମ ଗୈାଡ ହତ୍ୟା ଘଟଣା ।ବାପା – ପୁଅ ଗିରଫ, ଠେଙ୍ଗା ଜବତ

ଭଂଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ସାନଭାଇ କୁ ଗଛରେ ବାନ୍ଧି, ପିଟିପିଟି ହତ୍ୟା କରିଥିବା ଘଟଣାରେ ସଂପୃକ୍ତ ବଡ଼ଭାଇ ଏବଂ ପୁତୁରା କୁ ଗିରଫ କରିଛି ପୋଲିସ । ତାରାସିଙ୍ଗି ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗାଁ ରେ ଶନିବାର ରାତିରେ ଘଟିଥିଲା ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଗଛରେ ବାନ୍ଧି, ବଡ଼ଭାଇ ଏବଂ ପୁତୁରା ଦୁହେଁ ମିଶି ପିଟିପିଟି ହତ୍ୟା କରିଥିଲେ । ଏଥିରେ ସାନଭାଇ ବଳରାମ ଗୈାଡ(୩୦)ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମୃତଦେହକୁ ଜବତ କରିବା ସହ, ବ୍ୟବଛେଦ କରିଥିଲା ପୋଲିସ ।

ତାରାସିଙ୍ଗି ଥାନା କେଶ୍ ନମ୍ବର ୧୭୯/୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ପୋଲିସ । ପରେପରେ ହତ୍ୟାକାଣ୍ଡ ରେ ସଂପୃକ୍ତ ବଡ଼ଭାଇ ଶଙ୍କର ଗୈାଡ ଏବଂ ତାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ଗିରଫ ପରେ ଅଭିଯୁକ୍ତ ଶଙ୍କରକୁ ଭଂଜନଗର ଜେଲ୍ କୁ ପଠାଯାଇଥିବା ବେଳେ ତାଙ୍କ ନାବାଳକ ପୁଅକୁ ବ୍ରହ୍ମପୁର ବାଳସୁଧାର ଗୃହ କୁ ପଠାଯାଇଥିବା ନେଇ ଏଏସଆଇ ସମୀର ବେହେରା ସୂଚନା ଦେଇଛନ୍ତି । ଘରୋଇ ବିବାଦ ଯୋଗୁଁ, ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ପୂର୍ବରୁ ମଧ୍ୟ ସମାନ ଘଟଣାକୁ ନେଇ , ପ୍ରାୟ ୭/୮ ମାସ ପୂର୍ବରୁ ସାନଭାଇ ବଳରାମ କୁ ମରଣାନ୍ତକ ଆକ୍ରମଣ କରିଥିଲା ବଡ଼ଭାଇ । ବ୍ରହ୍ମପୁର ମେଡ଼ିକାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ, ସୁସ୍ଥ ହୋଇ ଘରକୁ ଫେରୁଥିଲେ ବଳରାମ । ପୁଣି ସମାନ ବିବାଦକୁ କେନ୍ଦ୍ରକରି ଦ୍ବିତୀୟ ଥରପାଇଁ ହୋଇଥିବା ମାରପିଟ୍ ଘଟଣା, ଶେଷରେ ହତ୍ୟାକାଣ୍ଡର ରୂପନେଲା ।

Leave a Reply

Your email address will not be published. Required fields are marked *