ଭଞ୍ଜନଗର : ବୁଡ଼ାମୂଳେ ପଡିଛି ମଲା ଗୋରୁର କଟାଗୋଡ। ମାଂସ ନେଲା କିଏ? ଖାଇଲା କିଏ?

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗୀରେ ସୋମବାର ଏକ ମଲା ଗୋରୁର କଟାଗୋଡ଼ ବୁଦାମୂଳେ ପକାଇ ଅନ୍ୟ ଅଂଶକୁ କିଏ ନେଇଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଲା ଗୋରୁଟିକୁ କେହି ଖାଇବା ଉଦ୍ଦେଶ୍ୟରେ ନେଇଥିବା ଆଶଂକା କରାଯାଉଛି। ଏହି ଘଟଣାକୁ ଭାଜପା ନେତା ପ୍ରଦୀପ ସାହୁ ନିନ୍ଦା କରିଛନ୍ତି। ବଦାଙ୍ଗୀର ଜଣେ ବ୍ୟକ୍ତିଙ୍କ ଗୋରୁଟି ମରିଯାଇଥିବା ବେଳେ ସେ ତାହାକୁ ପୋତିଦେବା ପାଇଁ ଯୋଗାଡ଼ କରି ଗଲାବେଳକୁ ଗୋରୁ ମୃତଦେହ ନ ଥିଲା। ବୂଦାମୂଳେ କେବଳ କଟା ଗୋଡ଼ ପଡ଼ିଥିଲା। ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଉକ୍ତ ଗ୍ରାମଟି ଥିବା ବେଳେ କିଏ ଗୋରୁ ମାଂସ ନେଲେ ତାହାକୁ ନେଇ ନାନା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *