
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଭଞ୍ଜନଗର ବ୍ଲକ ବଡକୋଡ଼ଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିମା ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଓଷ୍ଟl ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନା,ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ, ପୂର୍ବତନ ସି.ଆର.ସି.ସି ମୋହନ ସାହୁ ମଂଚାସୀନ ହୋଇ ଅନିମା ମିଶ୍ରଙ୍କ ଅତୀତ, ବର୍ତମାନର ସ୍କୂଲ ଉପରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପlତ କରିଥିଲେ l ଛାତ୍ରଛାତ୍ରୀ ମାନେ ତାଙ୍କର ପ୍ରିୟ ଗୁରୁମା ଉପରେ କହିଥିଲେ l କହଲା ବେଳେ ସମସ୍ତଙ୍କ ଆଖିରୁ ଲୁହଝରି ପରିବେଶ ସ୍ତବ୍ଧ ହୋଇଯାଇଥିଲା l
ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ବିଦାୟୀ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟ ପ୍ରତି ରହିଥିବା ସ୍ନେହ, ଶ୍ରଦ୍ଧା ଓ କାର୍ଯ୍ୟକଳାପ ଉପରେ କହିଥିଲେ l ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଉପହାର ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୁଜାତା ଦାସ ଉପସ୍ଥିତ ରହି ଶ୍ରୀମତୀ ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ସlଜନ ସ୍ୱାଇଁ, ରାଜଲକ୍ଷ୍ମୀ ସାହୁ, ଗୀତାଞ୍ଜଳି ମଳିକ, ଶରତ ଚନ୍ଦ୍ର ବେହେରା,ଶାନ୍ତିଲତା ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ବାଳକୃଷ୍ଟ ପାତ୍ର, ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ସହଯୋଗ ସହ ପରିଚାଳନା କରିଥିଲେ l