
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ)ଇଣ୍ଡୋ -ନେପାଳ ଇଣ୍ଟରନ୍ୟାସନାଲ ତାଇକୋଣ୍ଡ ଚମ୍ପିୟାନସିପ-2025 ରେ ଭଞ୍ଜନଗର ତାଇକୋଣ୍ଡ ଏକାଡେମୀ ର ଛାତ୍ର ମାନେ ପ୍ରଶଂସନୀୟ ପଦକ ହାସଲ କରିଛନ୍ତି |ଗତ 26ଓ 27 ଦୁଇ ଦିନ ଧରି ହାଇଦ୍ରାବାଦରେ ଅନୁଷ୍ଠିତ ଚମ୍ପିୟାନସିପ ମ୍ୟାଚରେ ଭଞ୍ଜନଗର 4 ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ | ସେମାନଙ୍କ ମଧ୍ୟରୁ 2 ସ୍ୱଣ୍ଣ, 2 ରୋପ୍ୟ ପଦକ ହାସଲ କରିଛନ୍ତି, ଅନୁଷ୍ଠାନ ର ପ୍ରତ୍ୱସ କୁମାର ସ୍ୱଣ୍ଣ ପଦକ ହାସଲ କରିଛନ୍ତି, ସେହି ପରି ଆୟୁସ ପଣ୍ଡା-ସ୍ୱଣ୍ଣ, ଏସ. ସାଇ କିରଣ-ରୋପ୍ୟ, ଆଦି ନାଥ ବଳରାମ ପାୱାର -ରୋପ୍ୟ, ଭଞ୍ଜନଗର ରେ ପହଂଚିଲା ପରେ ଏକାଡେମି ର କୋଚ ପ୍ରାଣ କୃଷ୍ଣ ଗୌଡ଼ ଓ ଅନ୍ୟ ମାନେ ପୁଷ୍ପ ଗୁଛ ଦେଇ ସନମାନୀତ କରିଛନ୍ତି ।