ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ପୁଲିସ କ୍ୟାଡରରେ ନିକଟରେ ହୋଇଥିବା ପୁନର୍ଗଠନରେ ନୂତନ ନିଯୁକ୍ତି କରିଛନ୍ତି। ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି।୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ସୁଶାନ୍ତ କୁମାର ନାଥ ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ କାରାଗାର ଓ ସଂଶୋଧନ ସେବାର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି।୧୯୯୮ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ଦୟାଲ ଗଙ୍ଗୱାର, ଯିଏ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି), ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିଲେ, ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (କମ୍ୟୁନିକେସନ୍‌) ଭାବେ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିବା ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଛି। ସହକାରୀ ପୁଲିସ ମହାନିରୀକ୍ଷକ, ମେରାଇନ ଓ ଉପକୂଳ ସୁରକ୍ଷା ଭାବେ କାର୍ଯ୍ୟ କାର୍ଯ୍ୟରତ ନାରାୟଣ ନାୟକଙ୍କୁ ବଦଳି କରାଯାଇ ସୁବର୍ଣ୍ଣପୁରର ଏସପି ଭାବେ ନିଯୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *