କଳାହାଣ୍ଡି: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଏବଂ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ସମାରୋହ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ) : ଭବାନୀପାଟଣା ତା 01.5.2025 ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ସହଭାଗିତାରେ ମଇ ଦିବସ/ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଟାଉନ ହଲ, ଭବାନୀପାଟଣା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ,ବିଶିଷ୍ଟ ଅତିଥି ଭାବେ ବିଧାୟକ, ଧର୍ମଗଡ, ସୁଧୀର ରଂଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ସାଂସଦ,କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,ଯୋଗଦାନ କରି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇ କିପରି ଉପକୃତ ହେବେ ବୋଲି ଉତ୍ସାହିତ କରିଥିଲେ । ଭା. ପ୍ରା. ଜିଲ୍ଲା ଶ୍ରମ ଅଧିକାରୀ, ଜିତମ ମାଝୀ, ସ୍ବାଗତ ଭାଷଣ ପ୍ରଦାନ କରି କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକ ଓ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l

ସମସ୍ତ ଆମନ୍ତ୍ରିତ ଅତିଥିଗଣ ଶ୍ରମିକ ମାନଙ୍କର ଅଧିକାର ଓ ଶ୍ରମ ଦିବସ ସମନ୍ଧରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଶ୍ରମିକ ଦିବସ ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ୭୩ ଜଣ ହିତାଧିକାରୀ ଙ୍କୁ ଟ. ୬,୧୧,୬୦୦/- (ଶିକ୍ଷା ସହାୟତା), ୨୦୭ ଜଣ ହିତାଧିକାରୀଙ୍କୁ ଟ. ୧,୦୧,୭୫,୦୦୦ /- (ବିବାହ ସହାୟତା) , ୧୦ ଜଣ ହିତାଧିକାରୀଙ୍କୁ ଟ. ୧,୦୦,୦୦୦ /-(ପ୍ରସୂତିକାଳୀନ ସହାୟତା), ୧୦୨ ଜଣ ହିତାଧିକାରୀଙ୍କୁ ଟ. ୨,୪୨,୦୦,୦୦୦ (ମୃତ୍ୟୁ ସହାୟତା), ୯୧ ଜଣ ହିତାଧିକାରୀ ଙ୍କୁ ଟ॰ ୪,୫୫,୦୦୦ /- (ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ସହାୟତା ରାଶି) , ସର୍ବ ମୋଟ ୪୮୩ ଜଣ ହିତାଧିକାରୀଙ୍କୁ ଟ. ୩,୫୫,୪୧,୬୦୦ /- ଓ ୩ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ଟ.୬,୦୦,୦୦୦ /- (ମୃତ୍ୟୁ ସହାୟତା) ସହାୟତା ପ୍ରଦାନ କରାଯାଇଥିଲା । ନୂତନ ଭାବେ ପଞ୍ଜିକୃତ ୬୦ ଜଣ ନିର୍ମାଣ ଶ୍ରମିକଙ୍କୁ ଓ ୪୦ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ କରକମଳରେ ପ୍ରଦାନ କରାଯାଇଛି। ୩୫୦ ରୁ ଉର୍ଦ୍ଦ ନିର୍ମାଣ ଶ୍ରମିକ ଏହି ସମାରୋହରେ ଯୋଗ ଦେଇଥିଲେ l ନିର୍ମାଣ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *