
ଭଞ୍ଜନଗର ୦୪/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ସମ୍ପ୍ରସାରିତ ପରେ ରବିବାର ଭଞ୍ଜନଗର ବିଜୁ ପଟ୍ଟନାୟକ ୱାଟର ପାର୍କ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏଥିସହ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଫୁଡ୍ କୋର୍ଟ ମଧ୍ୟ ଉଦଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିଛନ୍ତି। ଏହି ଅବସରରେ ଭଞ୍ଜନଗର ଏନ୍ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ସୂଚନାଯୋଗ୍ୟ, ୨୦୨୪ ଜାନୁୟାରୀ ୨୬ରେ ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଉଦ୍ଘାଟିତ ହୋଇଥିଲା। ପରିଚାଳନା ତ୍ରୁଟି ଯୋଗୁ ଏହା କିଛି ମାସ ଚାଲିବା ପରେ ଗତ ଜୁନ ରେ ପାର୍କ ବନ୍ଦ ହୋଇଯାଇଥିଲା। ଭଞ୍ଜନଗର ବିଧାୟକ ନାୟକ ନାୟକ ଏହା ଜାଣିବା ପରେ ୱାଟର ପାର୍କ ପୁଣି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେଇଥିଲେ। ଯାହା ଫଳରେ ରବିବାର ଉକ୍ତ ୱାଟର ପାର୍କ ପର୍ଯଟକ ଙ୍କ ପାଇଁ ଖୋଲିଛି। ଉକ୍ତ କାର୍ଯ୍ୟକ୍ରମ ରେ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଡହ ସହକାରୀ ର୍ନିବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ଯନ୍ତ୍ରୀ ଶାନ୍ତନୁ ସାହୁ, ଅସଲମ ଖାନ, ଭଞ୍ଜନଗର ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ଭଞ୍ଜନଗର ସହକାରୀ ର୍ନିବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ସମେତ ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର,ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼, ନଗର ସାସଂଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ଭାଜପା ନେତା କୁବେର ପ୍ରଧାନ, ଶିବଶଙ୍କର ପ୍ରଧାନ,ଧୋବା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।