ଭଞ୍ଜନଗର : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ଵତନ୍ତ୍ର ସଚିବ (ଜଳ ପ୍ରଭାରୀ ,ଗଞ୍ଜାମ)

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ମୁକୁଳ ଚନ୍ଦ୍ର ବେରା ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶନିବାର ଦ୍ୱିତୀୟ ଦିନରେ ଭଞ୍ଜନଗର ଜଳଭଣ୍ଡାର, ଡହ ଜଳଭଣ୍ଡାର, ମାଧବରିଡା ଆନିକାଟ ବୁଲି ଦେଖିଥିଲେ। ଏହି ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଜଳଭଣ୍ଡାର, ନଦୀ ଏବଂ କେନାଲ ଆଡିବନ୍ଧ ଗୁଡ଼ିକ ନିୟମିତ ଯାଞ୍ଚ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କ୍ଷୁଦ୍ର ଜଳସେଚନ ବିଭାଗର ଜୟମଙ୍ଗଳ ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ଆଡ଼ିବନ୍ଧ ସମତୁଲ କେତେକ ସ୍ଥାନରେ ଠିକ ନଥିବା ଯୋଗୁଁ ତାହାକୁ ସୁଧାରିବା ପାଇଁ କହିଥିଲେ। ଏଥିସହ ଘାସ ବିଛା ସମେତ ଅନ୍ୟାନ୍ୟ କାମ ନିର୍ଦ୍ଧାରିତ ସମୟ ପୁର୍ବରୁ ଶେଷ କରିବାକୁ କହିଥିଲେ।ଜୟମଙ୍ଗଳ ପ୍ରକଳ୍ପ ଏକ ଭଲ ପ୍ରକଳ୍ପ । ଏହାର ସୁଫଳ ଚାଷୀ ମାନେ ପାଉଛନ୍ତି। ରବି ଋତୁରେ ମଧ୍ୟ ଉକ୍ତ ପ୍ରକଳ୍ପରୁ ଚାଷୀ ମାନେ କିଭଳି ଜମିକୁ ପାଣି ପାଇପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ସଚିବ ନିର୍ଦ୍ଧେଶ ଦେଇଥିଲେ। ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ସେଠାରୁ ବାଲିସିରା ନିକଟରେ ସେଚାଞ୍ଚଳ ଉନ୍ନତିକରଣ (କାଡା) ଯୋଜନାରେ ଚାଲିଥିବା ସିମେଣ୍ଟ କେନାଲ କାମ ବୁଲି ଦେଖିଥିଲେ। ଏହାପରେ ସେ ବ୍ରହ୍ମପୁର ଅଭିମୁଖ ଚାଲି ଯାଇଥିଲେ। ସନ୍ଧ୍ୟାରେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜିଲାର ବିଭିନ୍ନ ଯନ୍ତ୍ରୀଙ୍କ ସହ ସମୀକ୍ଷା କରିଥିଲେ। ସଚିବଙ୍କ ଗସ୍ତ ସମୟରେ ମୁଖ୍ୟଯନ୍ତ୍ରୀ ଅଜୟ କୁମାର ବିଶ୍ବାଳ, ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଡହ ସହକାରୀ ର୍ନିବାହୀ ଯନ୍ତ୍ରୀ ପଞ୍ଚୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *