ଭଞ୍ଜନଗର: ସାମାନ୍ୟ ବର୍ଷାରେ ଭଞ୍ଜନଗର ବ୍ଲକ ସମ୍ପୂର୍ଣ୍ଣ ଅନ୍ଧାର

ଭଞ୍ଜନଗର ୦୫/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ) ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଛି। ଦୁଇଘଣ୍ଟା ପରେ ଟାଟାପାୱାର କର୍ମଚାରୀ ତ୍ରୁଟିକୁ ଠାବ କରିବା ପରେ ବିଦୁତ୍‌ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ରାତି ୧୦ ଟା କିମ୍ବା ତାପରେ ବିଦ୍ୟୁତ୍‌ ଆସିବା ସମ୍ଭାବନା ରହିଛି ବୋଲି ଜଣେ କର୍ମଚାରୀ ଏଠାରେ ସୂଚନା ଦେଇଥିଲେ କିନ୍ତୁ ତଥାପି ସମୟ ସୁଦ୍ଧା ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରିଲା ନାହିଁ । ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁଁ ଗରମରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ବିଦ୍ୟୁତ୍‌ସେବା ବ୍ୟାହତ ଯୋଗୁ ଭଞ୍ଜନଗର ସହର ସମେତ ସମ୍ପୂର୍ଣ୍ଣ ବ୍ଲକ ଅନ୍ଧାର ହୋଇଛି। ସହରରେ ପାଣି ଯୋଗାଣରେ ମଧ୍ୟ ବ୍ୟାଘାତ ଦେଖାଦେଇଛି। ଲୋକେ ଘରେ ମୋଟରରୁ ପାଣି ଉଠାଇ ପାରିନାହାନ୍ତି ।

Leave a Reply

Your email address will not be published. Required fields are marked *