ଭଞ୍ଜନଗର : ମା’ ବାଗଦେଵୀ ଙ୍କ ଚୋରି ଅଳଙ୍କାର ଫେରାଇଲା ଭଞ୍ଜନଗର ପୋଲିସ

ଭଞ୍ଜନଗର (ଅମରେନ୍ଦ୍ର ପଟ୍ଟନାୟକ , ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଡ଼ର ପ୍ରସିଦ୍ଧ ମା’ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ମାତ୍ର ୧୦ ଦିନ ମଧ୍ୟରେ ଅଭିଯୁକ୍ତ ମାନେ ପୁଲିସ ଜାଲରେ ପଡ଼ିଛନ୍ତି। ଚୋର ଗ୍ୟାଙ୍ଗ୍‌ର ୩ ଜଣଙ୍କ ସମେତ ଚୋରି ଅଳଙ୍କାର ନେଇଥିବା ଜଣେ ଅଭିଯୁକ୍ତକୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଏହା ସହ ସେମାନଙ୍କଠୁ ଚୋରି ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି। ତେବେ ଏହି ମାମଲାରେ ଆହୁରି ୪ ଜଣଙ୍କ ସଂପୃକ୍ତି ରହିଥିବାରୁ ଖୁବ୍‌ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ପୋଲିସ କହିଥିବା ବେଳେ ସୋମବାର ଜବତ ଚୋରି ଅଳଙ୍କାର ଗୁଡିକୁ ମନ୍ଦିର କମିଟି କୁ ଫେରାଯାଇଛି।ସୂଚନାନୁସାରେ,ଗତ ମାସ ୨୫ ଓ ୨୬ ତାରିଖ ରାତିରେ ଦୁର୍ବୃତ୍ତମାନେ ପାଚେରି ଡେଇଁ ପଶି ମନ୍ଦିର ତାଲା ଭାଙ୍ଗିଥିଲେ। ଦେବୀଙ୍କ ସୁନା ଚିତା, ରୁପା ଆଖି ସମେତ ଭ୍ରୁଲତା ନେଇଥିଲେ |

ସିସି କ୍ୟାମେରା ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଚଳାଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶିବପ୍ରସାଦ ସାହୁ ଭଞ୍ଜନଗର ଥାନାରେ ଏତଲା ଦେବା ପରେ ପୋଲିସ କେସ୍ ନମ୍ବର ୪୫୨ରେ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥନରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଚୋରି ଅଳଙ୍କାରକୁ ସେମାନେ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଲୁଚାଇ ରଖିଥିବା ତଦନ୍ତ ବେଳେ ସ୍ବୀକାର କରିବା ପରେ ପୋଲିସ ସେଠାରୁ ଚୋରି ଅଳଙ୍କାର ଜବତ କରିଥିଲା। ପରେ ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଓ ସମୀର କୁମାର ସେଠୀଙ୍କ ସମେତ ପୋଲିସ କର୍ମଚାରୀ କୁଲାଡ଼ ବାଘ୍ରଦେବୀ ମନ୍ଦିର ରେ ପହଂଚି ମନ୍ଦିର କମିଟି କୁ ଚୋରି ଅଳଙ୍କାର ଫେରାଇଛନ୍ତି। ପୋଲିସ ର ଉଚିତ ପଦକ୍ଷେପ ଓ ତପ୍ତରତା ଯୋଗୁ ଅଳ୍ପ ଦିନ ମଧ୍ୟରେ ଚୋରି ଘଟଣା ର ପର୍ଦାଫାଶ ହେବା ସହ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ବାସୀନ୍ଦା ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନା ଓ ତାଙ୍କ ଟିମ୍ କୁ ଧନ୍ୟବାଦ ଜଣାଇଛନ୍ତି। ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଶ୍ରୀ ଜେନା ଯୋଗ ଦେବା ପରେ ଥାନା ଇଲାକା ରେ ଘଟିଥିବା ଗୋଟିଏ ମଦ ଦୋକାନ ଚୋରୀ ଓ ଦୁଇଟି ମନ୍ଦିର ଲୁଟ ର ପରଦାଫସ ହୋଇଛି। ଥାନା ଅଧିକାରୀ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ଭୁରି, ଭୁରି ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *