
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) : କୁଲାଡ ଗ୍ରାମ ର ମେଇନ ରୋଡ଼ ପଛପାଖ ଜଗନ୍ନାଥ ମନ୍ଦିର ପାଚେରୀ ଓ ମୁଣ୍ଡିଆ ସାହିରେ ବୁଲୁଛନ୍ତି ଦୁଇଟି ଦନ୍ତା ହାତୀ। ବନବିଭାଗ ର ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ ଦୁଇଟି ଦନ୍ତା ହାତି ଗଜାପଦର ଭାଲୁମୁଣ୍ଡିଆ ରୁ ବାହାରି କୁଲାଡ଼ ଭୂଇଁଆଣି ଜଙ୍ଗଲରେ ପଶିଥିଲେ । ସେଠାରୁ ରାତ୍ର ପ୍ରାୟ ୯.୩୦ ସମୟରେ ମେଇନ ରୋଡ଼ ପାଖକୁ ଆସିଥିଲେ । ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଦୁଇ ହାତୀ କୁ ଘୋଉଡ଼ା ଯାଇଥିଲା।ସେହିଠାରୁ ଦୁଇ ହାତୀ ବ୍ୟାଘ୍ରଦେବୀ ପର୍ବତ କୁ ପଳାଇଥିଲେ । ସୂଚନା ପ୍ରକାରେ ଗତକାଲି ସେହି ହାତୀମାନେ ଗଜାପଦର ଠାରେ କିଛି ନଡ଼ିଆ ଗଛ ଓ କିଛି ଫସଲ ନଷ୍ଟ କରିଥିବା ଚାଷୀମାନେ କହିଛନ୍ତି. ହାତୀ ଜନବସତି ମୁଁହା ହେବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ବନବିଭାଗ ସେମାନଙ୍କୁ ନିର୍ଭୟ ରୁହନ୍ତୁ ବୋଲି କହିଛନ୍ତି ।