
ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ୫୦ ବର୍ଷ ବୟସରେ ଆକସ୍ମିକ ମୃତ୍ୟୁ ଘଟିଛି । ସେ ତାଙ୍କ ମାଆଙ୍କ ପାଖକୁ ଟ୍ରେନରେ ଯାଉଥିଲେ। ଏହା ବ୍ରଜରାଜ ନଗର ଷ୍ଟେସନରେ ଟ୍ରେନ୍ ଅଟକିବା ବେଳେ ପିଇବା ପାଣି ଆଣିବାକୁ ଯାଇଥିଲେ। ଟ୍ରେନ୍ ଛାଡ଼ିଦେବାରୁ ସେ ଟ୍ରେନରେ ଚଢିବା ବେଳେ ରେଳ ପୋଇ ତଳକୁ ଖସି ପଡ଼ିଥିଲେ। ଏହି ଘଟଣା ୦୮/୦୫/୨୫ ତାରିଖ ଗୁରୁବାର ଦିନ ୧୨:୩୦ ମିନିଟ ସମୟରେ ଘଟିଥିଲା।ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ବୁର୍ଲା ଡ଼ାକ୍ତରଖାନା ନେଇଥିଲେ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କୁ କଳମ୍ବ ନିଜ ଗ୍ରାମକୁ ଅଣାଯାଉଥିବା ସୂଚନା ମିଳିଛି। ତାଙ୍କ ସ୍ବାମୀ ସୁଧୀର ପ୍ରଧାନ ଶିକ୍ଷକତା କରି ଅବସର ନେଇଥିବା ଜଣା ପଡ଼ିଛି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଆଶାରାମ ବାପୁଜୀଙ୍କ ପରମ ଭକ୍ତ ଥିଲେ। କଲମ୍ବରେ ଶୋକର ଛାୟା ଖେଳିଯାଇଛି। ପୋଲସରା ବ୍ଲକ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ଗ୍ରାମର ଶ୍ମଶାନରେ ସମ୍ପନ୍ନ ହୋଇଥିବା ବେଳେ ସେ ଅସୁବିଧା ପଡିଥିବା ଲୋକଙ୍କୁ ସହଯୋଗ କରିଆସୁଥିଲେ ।