
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ନିକଟ ଅତିତରେ ଘଟି ଯାଇ ଥିବା ଆତଙ୍କି ଆକ୍ରମଣ ର କଡା ଜବାବ ଦେଇଛି ଭାରତୀୟ ସେନା।ଭାରତୀୟ ସେନା ର ତିନି ବାହିନୀର ମିଳିତ ଆକ୍ରମଣ ରେ ପାକିସ୍ତାନ ରେ ଥିବା ୯ ଆତଙ୍କି ଶିବିର କୁ ମାତ୍ର ୨୫ମିନିଟ ର ଅପେରେସନ ରେ ଧ୍ୱଂସ କରିଛି ଏଥିରେ ବହୁ ଆତଙ୍କି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଆଜିର ଏହି ଆକ୍ରମଣ କୁ ଭାରତର ବିଭିନ୍ନ ସ୍ଥାନରେ ସେଲେବ୍ରେସନ କରିଥିବା ବେଳେ ଭାରତ ସରକାର ପ୍ରାକ ଯୁଦ୍ଧ ପ୍ରସ୍ତୁତି ଓ କିପରି ଯୁଦ୍ଧ ସମୟରେ ଜଣେ ନାଗରିକ ସୁରକ୍ଷିତ ରହିବ ସେଥିପାଇଁ ମଗ ଡ୍ରିଲ କରିଥିଲେ।ଓଡ଼ିଶାର ବିଭିନ୍ନ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କ ରେ ମଧ୍ୟ ସାଇରନ ବଜାଇ ସଚେତନ କରିଥିଲେ।ଭାରତ ର ପ୍ରଧାନମନ୍ତ୍ରୀ ଏହି ମଗ ଡ୍ରିଲ କୁ ଭୟ ଭିତ ନ ହେବା ପାଇଁ କହିଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ର ସହର ର ବିଭିନ୍ନ ସ୍ଥାନରେ ପାକିସ୍ଥାନ ପତାକା କୁ ତଳେ ପକାଇ ପାଦରେ ଦଳି ଥିଲେ।ଆଜି ଭାରତ ର ଏହି ଦୃଢ଼ ପଦକ୍ଷେପ କୁ ଭଞ୍ଜନଗର ର ବିଭିନ୍ନ ବର୍ଗର ର ଲୋକେ ସମର୍ଥନ ଦେବା ସହ ଯଦି ଯୁଦ୍ଧ ହୁଏ ତା ହେଲେ ଏଥିରେ ସମସ୍ତେ ସାମିଲ ହେବେ ବୋଲି କହିଛନ୍ତି ।