
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଏକ ଡଷ୍ଟବିନ୍ ରୁ ସୋମବାର ସକାଳୁ ନବଜାତକ ଶିଶୁ ପୁତ୍ର ର ମୃତ ଦେହ ଉଦ୍ଧାର ହୋଇଛି।ସ୍ତ୍ରୀ ଓ ପ୍ରସୁତି ବିଭାଗ ଓ୍ବାର୍ଡ ନିକଟ ସର୍ବ ସାଧାରଣ ଡଷ୍ଟବିନ ରେ ଶିଶୁ ପୁତ୍ର ର ମୃତଦେହ ପଡିଥିବା ବେଳେ ମେଡିକାଲ କୁ ଆସିଥିବା ଲୋକେ ଦେଖିଥିଲେ। କିଭଳି ଓ କେଉଁ ପରିସ୍ଥିତି ରେ ଉକ୍ତ ଡଷ୍ଟବିନ୍ କୁ ନବଜାତକ ଶିଶୁ ପୁତ୍ର ର ମୃତ ଦେହ ଆସିଲା ତାହା ଜଣାପଡ଼ିନାହଁ। ମୃତ ସନ୍ତାନ କାହାର ଜଣାପଡିନଥିବା ବେଳେ ଗତ ରାତି କିମ୍ବା ଆଜି ସକାଳୁ କୋୖଣସି ପ୍ରସୁତି ମହିଳା ପ୍ରସବ ପାଇଁ ମେଡିକାଲ ଆସିଥିବା ବେଳେ ମୃତ ସନ୍ତାନ ପ୍ରସବ ହେବା ପରେ ଡଷ୍ଟବିନ ରେ ପକାଇ ଚାଲିଯାଇଥିବା ଅନୁମାନ କରାଯାଉଛି ।