ବେଲପଡା ଓ ତାଳସର ଠାରେ ଶ୍ରୀ ଶ୍ରୀ ନୃସିଂହ ଠାକୁରଙ୍କ ଜୟନ୍ତୀ ଉତ୍ସବ ପାଳିତ

କୋଦଳା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଆଜି ନୃସିଂହ ଚତୃଦସୀ ଵା ନୃସିଂହ ଠାକୁରଙ୍କ ଜୟନ୍ତୀ ଦିବସ ଅବସରରେ ଗଞ୍ଜାମଜିଲ୍ଲା କୋଦଳା ଏନ ଏ ସି ସ୍ଥିତ ଇନାମ ବେଲପଡା ଓ ବେଗୁନିଆପଡା ବ୍ଲକର ତାଳସର ଗ୍ରାମରେ ଏହି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳେ ହୋମ ଯଜ୍ଞ ଓ ଅଷ୍ଟ ପ୍ରହରୀ ନାମଯଜ୍ଞରେ ଲଛୀପୁର ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ସଂଙ୍କିର୍ତନ ଆରମ୍ଭ ହୋଇଥିଲା ! ସହସହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରଚଣ୍ଡ ରୌଦ୍ରତାପ ଅନୁଭୁତ ହେଉଥିଲେ ମଧ୍ୟ ଲୋକେ ଖରାତାତି କୁ ଖାତିରି ନକରି ଜୟନ୍ତି ଦିବସରେ ଜୋଗଦେଇ ଥିବା ଦେଖିବାକୁ ମିଳିଛି ! ପଚଣ୍ତ ଖରାତାତି କୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ପାଇଁ କମିଟି ପକ୍ଷରୁ ପାନୀୟ ଜଳ ଓ ଦର୍ଶନର ସୁବିଧା କରାଯାଇଛି । ଇନାମ ବେଲପଡା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରହଲ୍ଲାଦ ନାଟକ ବା ଲୋକନୁତ୍ଯ ଓ ତାଳସର ଠାରେ ରାମାୟଣ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଜି ସନ୍ଧ୍ୟାରେ ହୋମ ଜଞ୍କ ପୂଜାପାଠ ଆଦି ସମାପନ ହେବା ପରେ, ନୃସିଂହ ଠାକୁର ଙ୍କୁ ଗ୍ରାମବାସି ମାନେ ଗ୍ରାମ ପରିକ୍ରମା କରିଛନ୍ତି ।

Leave a Reply

Your email address will not be published. Required fields are marked *