
ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଯାତ୍ରା ଦେଖୀ ନିଜ ଗାଁକୁ ବାଇକ୍ ରେ ଫେରୁଥିବା ବେଳେ ଘଟିଲା ସଡକ ଦୁର୍ଘଟଣା ଦୁଇ ଯୁବକ ମୃତ ।ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ‐ସୋଳମଇଲି ରାସ୍ତାରେ । ସୁଚନା ମୁତାବକ ବୁଗୁଡା ବ୍ଳକ ଥାନା ଅଧିନସ୍ତ କାନସୁକା ଗ୍ରାମର ଓଁ ନାୟକ ,ଶୁଭମ ନାୟକ ଦୁଇଜଣ ମିଶି ବୁଗୁଡା ପଞ୍ଚଠାକୁରାଣି ଯାତ୍ରାର ସେଷ ଦିନ ଅବସରରେ ବୁଗୁଡା ଆସିଥିଲେ ମା”ଙ୍କର ଯାତ୍ରା ଦେଖିବା ପାଇଁ ।ଯାତ୍ରା ଦେଖି ସାରିବା ପରେ ବହୁ ବିଳମ୍ବିତ ରାତ୍ରରେ ନିଜ ଗ୍ରାମ କାନସୁକା କୁ ଫେରୁଥିବା ବେଳେ ସୋଳମଇଲି ଏବଂ ବୁଗୁଡା ରାଜ ରାସ୍ତା ଉପରେ କୌଣସି କାରଣ ବସତହ ଭାରସାମ୍ଯ ହରାଇ ଗୁରୁତର ଆହାତ ହୋଇ ପଡିଥିଲେ । ପରେ କିଛି ଲୋକେ ଦେଖିବାକୁ ପାଇଥିଲେ । ସେମାନଙ୍କୁ ଉଧାର କରି ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଜାଇଥିଲା । ଡାକ୍ତର ତାଙ୍କୁ ମୁତ୍ଯୁ ଘୋଷଣା କରିଛନ୍ତି । ଖବର ପାଇ ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ଶହ ଶବ ବ୍ଯବଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।