ଭଞ୍ଜନଗର : ଆଜି ବି ମନେ ପଡନ୍ତି ପୁଷ୍ପା ଦିଦି, ଅନ୍ତର୍ଜାତୀୟ ସେବିକା ଦିବସ ପାଳନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ରୋଗୀର ସେବାକୁ ଜୀବନର ବ୍ରତ ଭାବେ ପାଳିଥିବା ସେବିକା ମାନଙ୍କ ଅବଦାନ ମଧ୍ୟ ସମାଜରେ ବେଶ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ତ୍ୟାଗ ଓ ସେବା ମନୋବୃତ୍ତି ଚିକିତ୍ସା କ୍ଷେତ୍ରରେ ବହୁତ ବିଶେଷତ୍ବ ରଖିଥାଏ। ପ୍ରତିଟି ପ୍ରତିକୂଳ ପରିବେଶରେ ମଧ୍ୟ ସେବିକା ମାନେ ସର୍ବଦା ରୋଗୀ ସେବାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଉତ୍ସର୍ଗିକୃତ ସେବା ପାଇଁ ଯଥେଷ୍ଟ ସମ୍ମାନ ପାଇନଥିଲେ ମଧ୍ୟ ଅନବରତ ରୋଗୀ ସେବାକୁ ଅବ୍ୟାଙହତ ରଖିଛନ୍ତି। କର୍ମଚାରୀ ମରୁଡି ସ୍ଥିତିରେ ମଧ୍ୟ ଗରିବ ଧନୀ ଭେଦଭାବ ନକରି ସମସ୍ତଙ୍କୁ ସମାନ ଭାବରେ ଅନବରତ ସେବା ପ୍ରଦାନ କରିଆସୁଛନ୍ତି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟ କରିଥିବା ସେବିକା ମାନେ ଆଜି ବି ମନେ ପଡନ୍ତି ଏଭଳି ଜଣେ ମହାନ ସେବିକା ହେଉନ୍ତି ପୁଷ୍ପାରାଣୀ ଦତ୍ତ। ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ଭଞ୍ଜନଗର ଡାକ୍ତରଖାନାରେ ରୋଗୀ ମାନଙ୍କୁ ସେବା ପ୍ରଦାନ କରି ଆସି ଅବସର ନେଇଛନ୍ତି। ୧୯୯୧ ମସିହାରୁ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୨୦୨୧ ମସିହାରେ ଅବସର ନେଇଛନ୍ତି। ତାଙ୍କର ହାତରେ ବହୁ ରୋଗୀ ଭଲ ହୋଇଥିବା ବେଳେ ହାତରେ ବହୁ ମହିଳା ମାତୃତ୍ବ ମଧ୍ୟ ଲାଭ କରିଛନ୍ତି। ଏଥିସହ ଭଲ ରୋଗୀ ସେବା ପାଇଁ ସମସ୍ତଙ୍କ ଠାରେ ପ୍ରିୟ ଭାଜନ ହୋଇପାରିଛନ୍ତି ।

ସ୍ବକୃତୀର ଲାଳସାରେ ସେ କେବେ ନଥିବା ବେଳେ ଲୋକ ମାତନେ ସୁସ୍ଥ ହୋଇସାରିଲା ପରେ ଯେଉଁ କୃତଜ୍ଞତା ଦେଉଥିଲେ। ତାହା ତାଙ୍କୁ ଆଣିଦିଏ ଅଜସ୍ର ଆତ୍ମସନ୍ତୋଷ। ପାଠ ପଢା ଅଧା ରେ ଛାଡିଦେଇଥିଲେ ପୁଷ୍ପା କିନ୍ତୁ ପରବର୍ତୀ ସମୟରେ ସ୍ୱାମୀ ଙ୍କ ପ୍ରେରଣା ରେ ନର୍ସିଙ୍ଗ ଶିକ୍ଷା ଗ୍ରହଣ କରି ଆଜି ନିଜର ସୁଖ୍ୟାତି ଅନ୍ୟ ମାନଙ୍କ ପ୍ରେରଣା ସାଜିପାରିଛି।ନିଜର କାର୍ଯ୍ୟକାଳ ମଧ୍ୟରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିବା ସହ କିଛି ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହୋଇଛନ୍ତି। କେବଳ ୬ଜଣ ନର୍ସଙ୍କୁ ନେଇ ଏତେବଡ ଡାକ୍ତରଖାନା ଚଳାଇବାର ଅଭିଜ୍ଞତା ଥିବା ପୁଷ୍ପା ପ୍ରକାଶ କରିଛନ୍ତି। ରୋଗୀଙ୍କୁ ଉତ୍ତମ ବ୍ୟବହାର ଓ ପାତର ଅନ୍ତର ନକରି ସମ୍ପର୍କୀୟ ଭଳି ସେବା କରି ଆସିଥିବା ବେଳେ ପୂର୍ବର ପରିସ୍ଥିତି ଏବଂ ବର୍ତ୍ତମାନର ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି। ଖାସ୍ କରି କୋରନା ସମୟରେ ରୋଗୀ ମାନଙ୍କ ସହ ବୁଝମଣା କରିବା ଅତ୍ୟନ୍ତ କଷ୍ଟ ହୋଇଥିବା କଥା ବଖାଣିଛନ୍ତି। ରୋଟାରୀ କ୍ଳବ ପକ୍ଷରୁ ୨ ଥର ସମ୍ବର୍ଦ୍ଧିତ ହୋଇଥିବା ସହ ନର୍ସିଂ ଅଫିସରରୁ ଅବସର ଗ୍ରହଣ କରିଛନ୍ତି। ବିପଦରେ ପଡି ଡାକ୍ତରଖାନା ଆସିଥିବା ବ୍ୟକ୍ତିଙ୍କ ଅତି ଆପଣାର ପାଲଟି ଯାଆନ୍ତି ସେବିକା ମାନେ ତେଣୁ ମୋ ଭଳି ଏବେ ବି କାମ କରୁଥିବା ସବୁ ସେବିକାଙ୍କ ତ୍ୟାଗ ନିଷ୍ଠାକୁ ସର୍ବଦା ସମ୍ମାନ ଜଣାଇବା ସମସ୍ତ ଦାୟିତ୍ବ ହେବା ଉଚିତ ।

Leave a Reply

Your email address will not be published. Required fields are marked *