
ପାତ୍ରପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଅନ୍ତର୍ଗତ ଦେଶାରି ଗ୍ରାମ ର ସୁରେନ୍ଦ୍ର କନ୍ୟାରି ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ହୋଇ ଶେଷରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଏକ ରୋଜଗାରିଆ ସଦସ୍ୟ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ପରିବାର ଲୋକେ ସ୍ଥାନୀୟ ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ ଓ ବ୍ଲକ ପ୍ରଶାସନ ଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଙ୍କୁ ସହାୟତା ନିମନ୍ତେ ନିବେଦନ କରିଥିଲେ।ଆଜି ମାନ୍ୟବର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ପାତ୍ରପୁର ବ୍ଲକ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଓଡ଼ିଶା ରେଡକ୍ରସ ତରଫରୁ ୩୦୦୦୦/-(ତିରିଶି ହଜାର ଟଙ୍କା) ଅନୁକମ୍ପା ମୂଳକ ସହାୟତା ରାଶି ସୁରେନ୍ଦ୍ର କନ୍ୟାରୀଙ୍କ ପତ୍ନୀ ଗୋଲାପି କନ୍ୟାରୀଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ବାଦପୂର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ସୋମେଶ ସାବତ,ଗୁଣ୍ଡୁରା ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଅନିଷ ରାଜ ପାତ୍ର ଓ ବ୍ଲକ କୋଷାଧ୍ୟକ୍ଷ ଉପେନ୍ଦ୍ର କୁମାର ବେହେରା ଏବଂ ଫୋଟ ନିୟୁଜ ଖବର କାଗଜର ପାତ୍ରପୁର ପ୍ରତିନିଧି ଦୀନବନ୍ଧୁ ମହାନ୍ତି ଉପସ୍ଥିତ ଥିଲେ। ଉକ୍ତ ଗ୍ରାମର ଗ୍ରାମବାସୀ ଦିଲେଶ୍ୱର ପ୍ରଧାନ, ରଘୁନାଥ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, କୈବଲ୍ୟ ବେହେରା,କୋଟି ପ୍ରଧାନଓ ଅନ୍ୟ ମାନଙ୍କ ଉପସ୍ଥିତିରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସହାୟତା ରାଶି ପ୍ରଦାନ କରିଥିଲେ।ଏହା ଦେଖି ସେ ପରିବାର ଓ ଗ୍ରାମବାସୀ ମାନେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ କୃତଜ୍ଞତା ଜଣାଇଛନ୍ତି ।