
ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ଥାନା ହେଲା ଭଞ୍ଜନଗର । ବିଗତ ଦିନରେ ଏଠାରେ ଗୁଡ଼ାଏ ହାଇପ୍ରୋଫାଇଲ୍ ଅପରାଧ ଘଟିଛି।ଏହା ସହ ଥାନା ଇଲାକାର କୌଣସି ନା କୌଣସି ଅଞ୍ଚଳରେ ସଳ୍ପ ବ୍ୟବଧାନରେ ଅପରାଧ ମଧ୍ଯ ଘଟୁଛି। ଏସବୁ ମାମଲାରେ ପୁଲିସ ଝାଳନାଳ ହେଉଥିବାବେଳେ ଏଠାରେ ପୂର୍ବରୁ ସଙ୍ଗଠିତ ଗୁଡ଼ାଏ ମାମଲାରେ ବନ୍ଧୁକ ଓ ମାରଣାସ୍ତ୍ର ବ୍ୟବହାର ହୋଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏସବୁ ଅବୈଧ ଅସ୍ତ୍ରଶସ୍ତ୍ର ଜବତ କରିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଥ୍ ବାବେଳେ ଏହାକୁ କରି ଦେଖାଇଛନ୍ତି ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା । ଭଞ୍ଜନଗର ଥାନାକୁ ନୂତନ ଥାନାଧିକାରୀ ଭାବେ ଶ୍ରୀ ଜେନା ଯୋଗଦେବା ପରେ ଅପରାଧୀମାନଙ୍କ ମଧ୍ୟରେ ଛନକା ପଶିଛି। ଗତ ତିନି ମାସ ମଧ୍ୟରେ ନୂତନ ଥାନାଧିକାରୀ ଶ୍ରୀ ଜେନା ଦୁଇଟି ମନ୍ଦିର ଲୁଟ୍ ସହ ଗଞ୍ଜାମ ଜିଲ୍ଲାରବିଭିନ୍ନ ଥାନା ଇଲାକାରେ ଘଟିଥିବା ସିରିଜ ମଦ ଦୋକାନ ଲୁଟ୍ର ପର୍ଦ୍ଦାଫାଶ କରିଛନ୍ତି। ଏହା ସହ ୬ଟି ବନ୍ଧୁକ ଓ ଏକାଧୁକ ଗୁଳି ଜବତ କରି ବହୁ ଅପରାଧ୍ଙ୍କୁ ଜେଲ୍ ପଠାଇଛନ୍ତି । ଆଗକୁ ମଧ୍ୟ ଭଞ୍ଜନଗର ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଜିଲ୍ଲାର ଉପଖଣ୍ଡ ମୁଖ୍ୟାଳୟ ସମେତ ଯାତାୟାତର ଜସନ ପଏଣ୍ଟ ଭଞ୍ଜନଗର । ଏଠାରେ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ସମେତ ଏକାଧିକ ବ୍ୟାଙ୍କ ଓ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ଏଠାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବସ୍ ଚଳାଚଳ କରୁଥିବାବେଳେ ପୂର୍ବରୁ ଏହି ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଥିଲା ବିଭିନ୍ନ ଅପରାଧିକ ଘଟଣା। କେତେବେଳେ ମନ୍ଦିରରୁ ଚୋରି ତ କେତେବେଳେ ମଦ ଦୋକାନରୁ ଲୁଟ୍। ହତ୍ୟା ଓ ରାହାଜାନି ଭଳି ସଙ୍ଗିନ ଅପରାଧ ଘଟାଇ ଦିନ ଦ୍ଵିପ୍ରହରରେ ବୁଲୁଥିଲେଅପରାଧୀ । ଏହା ସହ ଗଞ୍ଜେଇ ଓ ମଦ ଭଳି ନିଶା ଦ୍ରବ୍ୟର ଚୋରା ଚାଲାଣ ହେଉଥୁଲା ଥାନା ଇଲାକାର ବିଭିନ୍ନ ସ୍ଥାନରେ। କିନ୍ତୁ ଏବେ ଏସବୁରେ ରୋକ୍ ଲାଗିଛି। ମାଦକଦ୍ରବ୍ୟ ଓ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଆଇଆଇସି ଜୀବନାନନ୍ଦ ଜେନା ନିଜ ଟିମ୍ ଦ୍ବାରା ଗୋଡ଼ାଇ ଗୋଡ଼ାଇ ଧରୁଥିବାରୁ ସେମାନଙ୍କ ମଧ୍ୟରେ ଛନକା ପଶିଛି।ଭଞ୍ଜନଗର ଭଳି ସମ୍ବେଦନଶୀଳ ଥାନାରେ ଶ୍ରୀ ଜେନା ଆଇଆଇସି ଭାବେ ଯୋଗଦେବା ପରେ ତାଙ୍କ ଟାର୍ଗେଟ୍ ରେ ରହିଛନ୍ତି ହାର୍ଡ କୋର ଅପରାଧୀ ।
କାର୍ଯ୍ୟରେ ଯୋଗଦେବା ଦିନଠାରୁ ଶ୍ରୀ ଜେନା ଅପରାଧୀଙ୍କୁ ସାବାଡ୍ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ଗତ ତିନି ମାସ ମଧ୍ୟରେ ଶ୍ରୀ ଜେନା ଜିଲ୍ଲାରେ ଘଟିଥିବା ସିରିଜ୍ ମଦ ଦୋକାନ ଲୁଟ୍ର ପର୍ଦ୍ଦାଫାସ୍ କରିବା ସହ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଛେଦାଭୂଇଁ ମନ୍ଦିର ଲୁଟ୍ ଓ କୁଲାଡ଼ ମା ବ୍ୟାଘ୍ରଦେବୀ ମନ୍ଦିର ଲୁଟ୍ର ମଧ୍ୟ ସେ ପଦ୍ଦାଫାସ୍ କରିବା ସହ ଚୋରି ଅଳଙ୍କାର ଜବତ କରି ମନ୍ଦିରକୁ ହସ୍ତାନ୍ତର କରିଛନ୍ତି । ଏହା ସହ ଗତ ଅପ୍ରେଲ ୧ରୁ ମେ ପହିଲା ମଧ୍ୟରେ ୬ଟି ବନ୍ଧୁକ ଓ ଏକାକ ଗୁଳି ଜବତ କରିଛନ୍ତି । ଏହା ସହ ପ୍ରତିଦିନ ମଦୁଆ ଚାଳକ ଧରପଗଡ଼ ଓ ଯାନବାହାନ ଯାଞ୍ଚ ସମେତ ଓ୍ବାରେଣ୍ଟ ଧରପଗଡ଼ ମଧ୍ୟ ହେଉଛି।ଏସବୁ ମଧ୍ୟରେ ସାମାଜିକ ଦାୟିତ୍ବବୋଧକୁ ଭୁଲି ନାହାନ୍ତି ଆଇଆଇସି ଶ୍ରୀ ଜେନା । ରାତି ଅଧରେ କୌଣସି ଲୋକଙ୍କ ଫୋନ୍ ଆସିଲେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ପହଞ୍ଚୁଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇ ତ୍ବରିତ ଚିକିତ୍ସା ସେବା ଯୋଗାଇବାରେ ମଧ୍ୟ ଶ୍ରୀ ଜେନାଙ୍କ ଭୂମିକା ଅନନ୍ୟ । ଏହା ସହ ଅଞ୍ଚଳରୁ ଅପରାଧ ହ୍ରାସ କରିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ଲୋକମାନେ କିପରି ପରସ୍ପର ମଧ୍ୟରେ କଳିଗୋଳ କରିବେ ନାହିଁ, ଭାଇଚାରା ବଜାୟ ରଖ୍ବେ ସେନେଇ ସେ ଲୋକଙ୍କୁ ନିଜ ପ୍ରକୋଷ୍ଠରେ ବସାଇ ଚା, ପାଣି ଦେଇ ବୁଝାଉଛନ୍ତି । ରାତି ହେଉ କି ଦିନ ସବୁ ସମୟରେ ଥାନାକାରୀଙ୍କ ପ୍ରକୋଷ୍ଠର କବାଟ ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁଛି। ଅଭି ଯୋଗ ଜଣାଇବାକୁ ଆସୁଥିବା ଲୋକେ ଆଇଆଇସିଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଜଣାଉଛନ୍ତି । ଥାନାଧୁକାରୀଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି ।