
ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଅପରେସନ ସିନ୍ଦୂର ର ସଫଳତା ଯୋଗୁଁ ଭାରତର ବୀର ସୈନିକଙ୍କ ଆତଙ୍କବାଦିଙ୍କ ବିରୁଦ୍ଧରେ ନିଆଯାଇଥିବା ସାହସିକ ଆକ୍ରମଣ ପଦକ୍ଷେପକୁ ସମର୍ଥନ ଏବଂ ଉତ୍ସାହିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ଏନ୍ଏସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଏବଂ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ନେତୃତ୍ୱରେ ଏକ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଦେଶାତ୍ମକବୋଧ ସଂଗୀତ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ବାହାରି ସହର ମୁଖ୍ୟ ସଡ଼କ ଦେଇ ସହରର ଦୀର୍ଘ ଚାରି କି.ମି ରାଣୀପଡ଼ା ରାମ ମନ୍ଦିର ପର୍ଯ୍ୟନ୍ତ ଏବଂ ସେଠାରୁ ବେଲଗାଁ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏଥିରେ ଏନ୍ଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାଉନସିଲର ବୃନ୍ଦ, ଏନଏସି ଅଫିସ କର୍ମଚାରୀ ବୃନ୍ଦ, ପରିମଳ କର୍ମଚାରି ବୃନ୍ଦଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ।